Below header

କରଞ୍ଜିଆ : ନଦୀ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ୍‌

କରଞ୍ଜିଆ : ନଦୀ ଭିତରୁ ମୃତ ଦେହ ଉଦ୍ଧାର। ମୟୁରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଖଇରୀ ଭଣ୍ଡନ ନଦୀ ଭିତରୁ ଆଜି ସକାଳେ ଏକ ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ସେମାନେ ତୁରନ୍ତ ନିକଟସ୍ଥ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥାଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚିବା ପୂର୍ବରୁ ସ୍ଥାନୀୟ ଲୋକେ ମୃତ ଦେହକୁ ନଦୀ କୂଳକୁ ନେଇ ଆସିଥିଲେ । ମୃତ ଯୁବକ ଜଣକ ହେଉଛନ୍ତି ସାଗର ଧୁଙ୍ଗିଆ । ତାଙ୍କର ଘର ରରୁଆ ବ୍ଲକ ଅନ୍ତର୍ଗତ ପୁରାଣ ସାହିରେ ।
ଗତକାଲି ସାଗର ନଦୀରେ ଗାଧୋଇବାକୁ ଆସି ନିଖୋଜ ଥିଲେ । ଅସାବଧାନତାରୁ ନଦୀରେ ବୁଡ଼ି କିମ୍ବା ଅନ୍ୟ କୌଣସି କାରଣରୁ ସାଗରଙ୍କ ମୃତ୍ୟୁ ଘଟିଛି ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.