Below header

ମଣିଷ ତ ମଣିଷ ପଶୁ ବି ଆପଣେଇ ନେଇଛନ୍ତି ଫିଟନେସ୍‌ ଟ୍ରିକ, ଦେଖନ୍ତୁ ଏହି ଭିଡିଓ

ଆଜିକାଲି ଫିଟ୍‌ ରହିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ପେଟ ବଢିବାର ସମସ୍ୟା ପ୍ରାୟତଃ ସମସ୍ତ ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଇଥାଏ। ସେହି ପେଟକୁ କମାଇବା ପାଇଁ ବଭିନ୍ନ ପ୍ରକାର ବ୍ୟାୟାମ ବା ଯୋଗ ମଧ୍ୟ ରହିଛି। ଯଦି ଆପଣ ଜିମ୍‌ ଯାଉଛନ୍ତି କିମ୍ବା ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଆପଣ କ୍ରନଚେସ୍‌ର ନାମ ନିଶ୍ଚୟ ଶୁଣିଥିବେ। ଏହି ବ୍ୟାୟାମ କରିବା ଦ୍ୱାରା ପେଟରେ ଜମି ରହିଥିବା ଚର୍ବି କମ୍‌ ହୋଇଥାଏ। ସାଧାରଣତଃ ଏହି ବ୍ୟାୟାମକୁ କରି ମଣିଷ ମାନେ ନିଜ ଫିଟନେସକୁ ବଜାୟ ରଖିଥାନ୍ତି। କିନ୍ତୁ କେବେ କେଉଁ ପଶୁକୁ ଏହିଭଳି ବ୍ୟାୟାମ କରୁଥିବାର ଦେଖିଛନ୍ତି କି? ହଁ ଆପଣ ଠିକ୍‌ ଶୁଣିଛନ୍ତି। ଜଣେ ପଶୁ ବ୍ୟାୟାମ କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ମୂଷା ପରି ଦେଖାଯାଉଥିବା ଏହି ପଶୁ ବିଭର ପାଣି ଭିତରେ ଏକ ଚମତ୍କାର ବ୍ୟାୟାମ କରୁଛି ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ। ଏହି ଭିଡିଓରେ ବିଭରଟି ପ୍ରୋଫେସନାଲ ଉପାୟରେ କ୍ରନଚେସ୍‌ କରୁଛି। କ୍ରନଚେସ୍‌ କରୁ କରୁ ସେ ଥରେ ବୁଲି ପଡୁଛି ଓ ପୁଣି ଥରେ କ୍ରନଚେସ୍‌ ମାରିବାରେ ଲାଗୁଛି। ଏହି ଭିଡିଓକୁ @supriyasahuias ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି ଯେ “ସବୁଠାରୁ ଫିଟ ବିଭର, କ୍ରନଚେସ୍‌ କରି ମାଗଣାରେ ମାଷ୍ଟରାକ୍ଲାସ ଟ୍ରେନିଂ ଦେଉଛି। ଆପଣ ମଧ୍ୟ ତାକୁ ଜଏନ କରନ୍ତୁ।”

ଭିଡିଓଟି ସେୟାର ହେବା ପରେ ଖୁବ ଭାଇରାଲ ହୋଇଛି ଓ ଲେକେ ଏହି ବିଭରକୁ ଦେଖି ଖୁସି ମଧ୍ୟ ହେଉଛନ୍ତି। ବିଭରର ଏହି ଭିଡିଓ ଦେଖି ଆପଣ ମଧ୍ୟ କ୍ରନଚେସ୍‌ କରି ନିଜକୁ ଫିଟ ରଖିବା କଥା ଭାବୁଛନ୍ତି ନା?ତେବେ ଏହି ଭିଡିଓ ଦେଖିଲା ପରେ ଜଣାପଡୁଛି ମଣିଷ ତ ମଣିଷ ପଶୁମାନେ ମଧ୍ୟ ଆଜିକାଲିର ଫିଟନେସ ଟ୍ରିକକୁ ଆପଣେଇ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.