Below header

ଆଜି ରାଜ୍ୟରେ ୧୫୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

 ଭୁବନେଶ୍ଵର: ଆଜି ରାଜ୍ୟରେ ୧୫୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୮୯୧ ଜଣ କ୍ଵରେଣ୍ଟିଂନ ସେଣ୍ଟରରେ ଥିବା ବେଳେ ୬୫୬ ଜଣ ସ୍ଥାନୀୟ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ଟେଷ୍ଟ ସଂଖ୍ୟା ୪୫ ଲକ୍ଷ ୮ ହଜାର ୬୫ କୁ ବୃଦ୍ଧି ପାଇଛି ।

ଏମଧ୍ୟରୁ ୨୭ ଲକ୍ଷ ୨ ହଜାର ୩୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୫ ହଜାର ୧୪୭ଟି ଆକ୍ଟିଭ କେଶ ରହିଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୧୯୦୮ ଜଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି

ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୨୦୮
କୁ ବୃଦ୍ଧି ପାଇଥିବା ନେଇ ଜଣାଯାଇଛି । ଅନ୍ୟପକ୍ଷରେ ଆଜି ରାଜ୍ୟରେ ୧୩୦୦ ଟପିଛି କରୋନା ସଂକ୍ରମିତ ସଂଖ୍ୟା ।

ଆଜିର ମୃତକ ତାଲିକାରେ ଅନୁଗୁଳ ଜିଲ୍ଲାର ଜଣେ ଥିବା ବେଳେ, ଭୁବନେଶ୍ୱରରୁ ୨ ଜଣ, କଟକରୁ ୨ ଜଣ , ଗଂଜାମ ଜିଲ୍ଲାରୁ ଜଣେ, ଝାରସୁଗୁଡାରୁ ଜଣେ, ଖୋର୍ଦ୍ଧରୁ ଜଣେ, କନ୍ଧମାଳ, ନୂଆପଡ଼ା, ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

ସ୍ଥିତିକୁ ଅନୁଧ୍ୟାୟନ କଲେ ରାଜ୍ୟରେ କରୋନା ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଥିବା ନେଇ ସ୍ପଷ୍ଟ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.