ରହସ୍ୟଜନକ ଘଟଣା: ଆତ୍ମହତ୍ୟା କରୁଥିବା ଲୋକଙ୍କ ଜୀବନ ରକ୍ଷା କରୁଛି ଏହି କାଉ, ସମୟ ପୂର୍ବରୁ ପହଞ୍ଚିଯାଇଥାଏ ଦମକଳ ଅଫିସ
ଦୁନିଆରେ ଏମିତି ଅନେକ ରହସ୍ୟ ଲୁଚି ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ କାଉର ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟରେ ଦେଖାଯାଇଥାଏ। ପ୍ରକୃତ କଥା ହେଉଛି, ଏହି କାଉ ଏ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ବଞ୍ଚାଇ ସାରିଲାଣି। କୁହାଯାଏ, ଏଠାରେ ଜଣେ ଦମ୍ପତି ନଦୀକୁ ନେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ କାଉ ସେମାନଙ୍କ ଜୀବନ ରକ୍ଷା କରିଥିଲା।
ଲୋକଙ୍କ କହିବା ହେଲା, ଦମ୍ପତି ଯେତେବେଳେ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ, ସେହି ସମୟରେ କାଉ ଫାୟାର ବିଗ୍ରେଡ ଅଫିସରେ ପହଞ୍ଚି କା କା ରାବିଥିଲା। ଠିକ ଏହାରି ଭିତରେ ଫାୟାର ବିଗ୍ରେଡଙ୍କୁ ଏକ କଲ ଆସିଥିଲା କି, କେହି ଜଣେ ଦମ୍ପତି ନଦୀକୁ ଡେଇଁ ପଡ଼ିଛନ୍ତି। ଖବର ପାଇ ଅଗ୍ନିଶମ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ, ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ।
ଲୋକଙ୍କ କହିବା ଅନୁଯାୟୀ, ଯେତେବେଳେ କେହି ଆତ୍ମହତ୍ୟା କରିବାକୁ ଏଠାକୁ ଆସନ୍ତି, କାଉ ରେସକ୍ୟୁ ଟିମକୁ ସୂଚିତ କରିବା ପାଇଁ ସଙ୍ଗେ ସଙ୍ଗେ ଫାୟାର ବିଗ୍ରେଡ ଅଫିସ ପହଞ୍ଚିଯାଇଥାଏ ଏବଂ ଜୋରରେ ରାବିବାକୁ ଲାଗିଥାଏ। ଖାସ କଥା ହେଉଛି, ଫାୟାର ବିଗ୍ରେଡ ଅଫିସକୁ ଯଦି ପୂର୍ବରୁ ବି ଖବର ମିଳିଯାଇଥାଏ, ତେବେ ରେସକ୍ୟୁ ଟିମ କାଉର ସନ୍ଦେଶ ଆସିବା ପରେ ହିଁ ସେଠାରେ ପହଞ୍ଚିଥାଏ।