ସ୍କୁଲ ବାରଣ୍ଡାରେ ୬୦ ବର୍ଷର ମହିଳା, ଆହା ପଦେ କହିବାକୁ ଆସୁନାହାଁନ୍ତି ପରିବାର

ମହାକାଳପଡା : ଏ କେମିତିକା ପରିବାର? ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଶାଇଲେ ତ ପରିବାର ହୁଏ ନା। ତାହେଲେ ସେହି ପରିବାରର ଗୋଟେ ସଦସ୍ୟଙ୍କୁ କେମିତି ଅଲଗା କରିପାରୁଛନ୍ତି ଲୋକେ। କରୋନା ପାଇଁ କଣ ଆମେ ନିଜର ଲୋକଙ୍କୁ ଅଲଗା କରିଦବା। ଘରୁ ବାହାର କରିଦେବା, ଦାଣ୍ଡରେ ଛାଡିଦେବା। ଯଦି ଏମିତି ତାହେଲେ ଆମ ଭିତରେ ମାନବିକତା ରହିଲା କେଉଁଠି।

କୋରୋନା ଆକ୍ରାନ୍ତଙ୍କ ପାଇଁ ହଜିଯାଇଛି ମାନବିକତା । ଏଭଳି ଏକ ଘଟଣା ଘଟିଛି ମହାକାଳପଡା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ସାଜିଛି । କୋରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ପରିବାର ଲୋକମାନେ ଘରେ ସ୍ଥାନ ନଦେବା ଭଳି ଏକ ସମ୍ବେଦନଶୀଳ ଘଟଣା ଏବେ ପଦାକୁ ଆସିଛି ।

ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର କେନ୍ତିଆ ଗ୍ରାମରେ । ପେଟଛେଲା ପଞ୍ଚାୟତର କେନ୍ତିଆ ଗ୍ରାମର ଜଣେ 60 ବର୍ଷର ମହିଳା କୋରୋନା ଆକ୍ରାନ୍ତ ହୋଇଥିଲେ। ସେ କୋଭିଡ଼ ହସ୍ପିଟାଲରେ ଦୀର୍ଘ 10 ଦିନ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିଲେ। କିନ୍ତୁ ଘରକୁ ଫେରିବା ପରେ ପରିବାର ଲୋକଙ୍କର ଅଲଗା କିଛି ସ୍ୱଭାବ ଦେଖିଲେ ମହିଳା। ମହିଳା ଜଣଙ୍କ ଘରକୁ ଫେରିବା ପରେ ପରିବାର ଲୋକେ ତାଙ୍କୁ ଘରେ ପୁରେଇ ଦେଲେନି ।

helpବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି 60 ବର୍ଷର ବୃଦ୍ଧା ମହିଳା ଜଣଙ୍କ । ଶୀତ କାକରରେ ଏହି ମହିଳା ଜଣଙ୍କ ସ୍କୁଲ ବାରଣ୍ଡାରେ ପଡି ରହିଥିଲେ। ମହିଳାଙ୍କ ଏପରି ଅବସ୍ଥା ଦେଖି ସହିପାରିଲେନି ଗାଁର ଜଣେ ଆଶାକର୍ମୀ। ଦେଖାଇଲେ ନିଜର ମାନବିକତା। ନିରାଶ୍ରୟ ଭାବରେ ଶୀତ ରାତିରେ ସ୍କୁଲ ବାରଣ୍ଡାରେ ବସିରହିଥିବା ବୃଦ୍ଧାଙ୍କୁ ଦୁଇ ଦିନ ଧରି ଖାଦ୍ୟ, ଓ ମଶା ଧୂପ ଦେଇ ବୃଦ୍ଧାଙ୍କ ର ଯତ୍ନ ନେଉଛନ୍ତି । କିନ୍ତୁ ପରିବାର ଲୋକଙ୍କର ଦେଖାଦର୍ଶନ ନାହିଁ।

ତେବେ ଏଇଠି ଆମେ କହିରଖିବାକୁ ଚାହିଁବୁ ଯେ କଣ ଏହି ଦିନ ଦେଖିବାକୁ ମହିଳା ଜଣଙ୍କ ସନ୍ତାନ ଜନ୍ମ କରିଥିଲେ। ନିଜ ଲୋକଙ୍କ ପ୍ରତି ଜଣେ ମଣିଷ କେମିତି ଏତେ ନିର୍ଦ୍ଦୟ ହୋଇପାରିବ। ତେବେ ବର୍ତ୍ତମାନ ଏହି ବୃଦ୍ଧା ମହିଳାଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.