ଦୀପାବଳି ପୂର୍ବରୁ ଲକ୍ଷପତି ହେବାର ସୁଯୋଗ, କେବଳ ୧ଟଙ୍କିଆ ନୋଟ୍‌ କରିବ ଆପଣଙ୍କୁ ମାଲାମାଲ୍‌

ବର୍ତ୍ତମାନ ଆରମ୍ଭ ହୋଇସାରିଛି ଫେଷ୍ଟିଭ୍‌ ସିଜିନ୍‌। ଏନେଇ ଯଦି ଆପଣ ଆୟ କରିବାର ସୁଯୋଗ ଖୋଜୁଛନ୍ତି ତେବେ ଆପଣଙ୍କ ପାଖରେ ଘରେ ବସି ମଧ୍ୟ ଲକ୍ଷପତି ହେବାର ସୁଯୋଗ ରହିଛି। ସବୁଠାରୁ ଖାସ୍‌ କଥା ହେଉଛି ଏଥିପାଇଁ ଆପଣଙ୍କୁ କିଛି ବି କରିବାକୁ ଆବଶ୍ୟକ ନାହିଁ। ଯଦି ଆପଣଙ୍କ ପାଖରେ ଏହି ଖାସ୍‌ ୧ଟଙ୍କିଆ ନୋଟ୍‌ ରହିଛି ତେବେ ଆପଣଙ୍କୁ ସହଜରେ ଏକଲକ୍ଷ ଟଙ୍କା ମିଳିପାରିବ। ଏଥିପାଇଁ ଆପଣଙ୍କୁ ଏହି ଖାସ୍‌ ନୋଟ୍‌ ର ଫଟୋ େଓ୍ଵବସାଇଟ୍‌ ରେ ଅପଲୋଡ୍‌ କରିବାକୁ ପଡିବ, ଯାହାପରେ ଲୋକମାନେ ଏହି ନୋଟ୍‌ ପାଇଁ ଟଙ୍କାର ବୋଲି ଲଗାଇବେ ଏବଂ ଆପଣ ଯାହାଙ୍କୁ ଚାହିଁବେ ଏହି ନୋଟ୍‌ ବିିକି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ତେବେ ଜାଣି ରଖନ୍ତୁ ଏଥିପାଇଁ ଆପଣଙ୍କ ପାଖରେ କେଉଁ ଭଳି ୧ଟଙ୍କିଆ ନୋଟ୍‌ ଥିବା ଆବଶ୍ୟକ ଏବଂ ଆପଣ କିପରି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ।

ସୂଚନା ମୁତାବକ ଇଣ୍ଡିଆମାର୍ଟରେ ଏହି ନୋଟ୍‌ କୁ ଘରେ ବସି ଭଲ ଦାମରେ ବିକ୍ରି କରାଯାଇପାରିବ। ଆପଣ ଏହି କମ୍ପାନୀର ସାଇଟ୍‌ କୁ ଯାଇ ଆପଣ ଏହି ନୋଟ୍‌ ସେଲ୍‌ କରିପାରିବେ। ଏହା ବଦଳରେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିପାରିବ। ଏହି ୧ଟଙ୍କିଆ ନୋଟର କାହାଣୀ ବହୁତ ଭିନ୍ନ। ଏହାକୁ ଆରବିଆଇ ନୁହେଁ ବରଂ ଭାରତ ସରକାର ଜାରି କରିଛନ୍ତି। ୧ଟଙ୍କା ନୋଟ୍‌ ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ହସ୍ତାକ୍ଷର ନଥାଏ। କିନ୍ତୁ ଏହି ୧ଟଙ୍କିଆ ନୋଟ୍‌ ରେ ଦେଶର ଅର୍ଥ ସଚିବଙ୍କ ହସ୍ତାକ୍ଷର ରହିଥାଏ।

1 rupee note୧୯୧୭ ମସିହାରେ ପ୍ରଥମ ଥର ଜାରି ହୋଇଥିଲା ଏହି ନୋଟ୍‌

ଏକ ଟଙ୍କିଆ ପ୍ରଥମ ନୋଟ୍‌ ନଭମ୍ବେର ୩୦ ୧୯୧୭ ମସିହାରେ ମୁଦ୍ରିତ ହୋଇଥିଲା। ସେହି ନୋଟ୍‌ ରେ କିଙ୍ଗ ଜର୍ଜ ପଞ୍ଚମଙ୍କ ଫଟୋ ରହିଥିଲା। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର େଓ୍ଵବସାଇଟ୍‌ ମୁତାବକ ୧୯୨୬ ମସିହାରେ ପ୍ରଥମ ଥର ଏକ ଟଙ୍କିଆ ନୋଟ୍‌ ର ମୁଦ୍ରଣ ବନ୍ଦ ହୋଇଥିଲା। ପୁଣି ଥରେ ୧୯୪୦ମସିହାରେ ଏହି ନୋଟ୍‌ ମୁଦ୍ରିତ ହୋଇଥିଲା। ଏହାପରେ ୧୯୯୪ ମସିହାରେ ପୁଣି ଥରେ ଏହି ନୋଟ୍‌ ଛପା କାର୍ଯ୍ୟ ବନ୍ଦ କରାଯାଇଥିଲା। ପୁଣିଥିରେ ଏହାକୁ ୨୦୧୫ ମସିହାରେ ଆରମ୍ଭ କରାଯାଇଥିଲା।
ଏହି କଏନ୍‌ ଦ୍ୱାରା ମଧ୍ୟ କରିପାରିବେ ରୋଜଗାର

ଆଜିକାଲି ଟଙ୍କା ରୋଜଗାରର ଉପାୟ ଇ-କମର୍ସ ୱେବସାଇଟରେ ମଧ୍ୟ ଟ୍ରେଣ୍ଡ ହେଉଛି | ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣୋ ଦେବୀଙ୍କ ୫ ଏବଂ ୧୦ ଟଙ୍କିଆ କଏନ୍‌ ରହିଥାଏ ତେବେ ଆପଣ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ। ସୂଚନା ମୁତାବକ ଏହି ଟଙ୍କାକୁ ୨୦୦୨ ମସିହାରେ ଜାରି କରାଯାଇଥିଲା। ମାତାରାଣୀଙ୍କ ଚିହ୍ନ ରହିଥିବା କାରଣରୁ ଲୋକମାନେ ଏହି କଏନ୍‌ କୁ ବହୁତ୍‌ ଭାଗ୍ୟବାନ ମନେ କରୁଛନ୍ତି। ହିନ୍ଦୁ ଧର୍ମରେ ମାତା ବୈଷ୍ଣୋ ଦେବୀଙ୍କୁ ପୂଜା କରାଯାଇଥାଏ। ଏହିକାରଣରୁ ଲୋକମାନେ ଏହି କଏନ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.