Below header

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଅଲୌକିକ ଘଟଣା, ଗାନ୍ଧୀ ବଜାର ମଣ୍ଡପରେ ଆସି ବସିଲା ଲକ୍ଷ୍ମୀଙ୍କ ବାହନ ପେଚା

ଢେଙ୍କାନାଳ : ଢେଙ୍କାନାଳ ସହରରେ କୋଭିଡ କଟକଣାରେ ଜାରି ରହିଛି ଗଜଲକ୍ଷ୍ମୀ ପୂଜା । ତେବେ ଏହି ସମୟରେ ଗାନ୍ଧୀ ବଜାର ପୂଜା ମଣ୍ଡପରେ ଏକ ପେଚା ପଶି ଆସିଥିବା ଦେଖିବାକୁ ମିଳିଛି । ପେଚାକୁ ଦେଖି ମାଆ ବିରାଜିତ ହୋଇଛନ୍ତି ବୋଲି ଭକ୍ତମାନଙ୍କର ମନରେ ବିଶ୍ବାସ ସୃଷ୍ଟି ହୋଇଛି।

 

ପେଚା ମାଆ ଲକ୍ଷ୍ମୀଙ୍କର ବାହାନ। ଗତକାଲି ଗୁରୁବାର ମାଆଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ମାଆଙ୍କ ପହଡ ପଡ଼ିଥିଲା। ପହଡ ଖୋଲିବା ପରେ ମଣ୍ଡପରେ ଏକ ପେଚା ସମସ୍ତଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିଥିଲା। ଏହି ପେଚାଟି ଆଜି ପର୍ଯ୍ୟନ୍ତ ମଣ୍ଡପ ଭିତରେ ରହିଛି। ତେବେ ସାଧାରଣ ଦର୍ଶନ ବନ୍ଦ ଥିବାରୁ କୈାଣସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଉନାହିଁ। ତେବେ ପେଚାର ଉପସ୍ଥିତି ମାଆଙ୍କର ଆର୍ଶୀବାଦ ବୋଲି ବଜାର କର୍ମକର୍ତ୍ତାମାନେ ମନେ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.