ସମ୍ବଲପୁର: ସମ୍ବଲପୁର ପୋଲିସକୁ ସଫଳତା । ଧରାପଡିଲେ ୯ ଡକାୟତ, ଆଉ ୨ ଫେରାର । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଗୋଟିଏ କାର୍, ବାଇକ୍, ୮ଟି ମୋବାଇଲ, ମାରଣାସ୍ତ୍ର ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।
ଗତ ୯ ତାରିଖରେ ଲଇମୁରା ନିକଟ ଠୁଟିପିପଲ ଜଙ୍ଗଲ ନିକଟରୁ ଲୁଟ୍ ହୋଇଥିଲା । ଭ୍ୟାନରେ ଥିବା ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ ଦୁର୍ବୃତ୍ତ। ନିଛାଟିଆ ଜଙ୍ଗଲ ରାସ୍ତାରେ ବନ୍ଧୁକ ଦେଖାଇ ୩୫ ଲକ୍ଷ ୪୧ ହଜାର ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ୪ଟି ସ୍କ୍ଵାଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା।