ଗୋଟିଏ ଇଣ୍ଟରଭ୍ୟୁ ଦେଇ ପାଆନ୍ତୁ AIIMS ରେ ନିଯୁକ୍ତିର ସୁଯୋଗ, ଜଲଦି କରନ୍ତୁ ଆବେଦନ

ଅଲ୍‌ ଇଣ୍ଡିଆ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସସ (AIIMS) , ଭୁବନେଶ୍ୱରରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଆବେଦନକାରୀ ଏମ୍ସ ଫ୍ୟାକଲ୍ଟି ପଦବୀରେ ନିଯୁକ୍ତି ଚାହୁଁଛନ୍ତି ତେବେ ସେମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ୟା

ପ୍ରଫେସର, ଆଡିସନାଲ୍‌ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର- ସମୁଦାୟ ୧୦୮ ପଦ

aiimsଜରୁରୀ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୩ ନଭେମ୍ବର ୨୦୨୦
ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୧୩ ଡିସେମ୍ବର ୨୦୨୦

ବୟସ ସୀମା

ଆବେଦନକାରୀଙ୍କ ପାଇଁ ଅଧିକତମ ବୟସ ସୀମା ୫୮ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ମେଡିକାଲ ଏବଂ ନନ୍‌-ମେଡିକାଲ ଆବେଦନକାରୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ପଦାନୁସାରେ ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି।

Job-1ଏପରି କରନ୍ତୁ ଆବେଦନ

ଉକ୍ତ ପଦବୀରେ ଅନଲାଇନ୍‌ ଆବେଦନ ମାନ୍ୟ। ଏଥିସହ ଜେନେରାଲ ଏବଂ ଓବିସି ବର୍ଗର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ନିର୍ଦ୍ଦାରିତ କରାଯାଇଥିବା ବେଳେ ଅନ୍ୟ କୌଣସି ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କ ଲାଗୁ କରାଯାଇନାହିଁ। ଫର୍ମ ଜମା କରିବା ପରେ ଟଙ୍କା ରସିଦ୍‌ କୁ ଦିଆଯାଇଥିବା ଠିକଣାକୁ ପଠାଇବାକୁ ପଡିବ।

ଠିକଣା

The Assistant Administrative Office, Recruitment Cell, All India Institute Of Medical Science, Bhubaneswar, Sijua, Dumuduma, Bhubaneswar- 751019

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କୁ ସାକ୍ଷାତକାର ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.