ମାତ୍ର ୪ ସେକେଣ୍ଡରେ ୪୦ କିଲୋମିଟର ଚାଲିବ ଏହି ସ୍କୁଟର, ଜାଣନ୍ତୁ ଆଉ କଣ ସବୁ ରହିଛି ଏହାର ଫିଚର୍ସ ଓ ଖାସିୟତ୍‌

ବର୍ତ୍ତମାନ ଇଲେକଟ୍ରିକ ଗାଡିର ଚାହିଦା ବହୁତ ଅଧିକ। ଆଗାମୀ ଦିନରେ ତ କେବଳ ଇଲେକଟ୍ରିକ ଗାଡିର ଯୁଗ ଚାଲିଥିବ। ଭାରତରେ ମଧ୍ୟ ବହୁତ ସ୍ପିଡରେ କମ୍ପାନୀମାନେ ଇଲେକଟ୍ରିକ ଭେଇକିଲ ଲଞ୍ଚ କରୁଛନ୍ତି। ଷ୍ଟାର୍ଟଅପ୍‌ କମ୍ପାନୀ Pure EV ଏକ ନୂଆ ଇଲେକଟ୍ରିକ ସ୍କୁଟର Etrance Neo ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ମୁତାବକ ଏହାକୁ ଡିସେମ୍ବରରେ ଲଞ୍ଚ କରାଯିବ। ଏହାପୂର୍ବରୁ କମ୍ପାନୀ ନିଜର ଏକ ସ୍କୁଟର ମଡେଲ ETrance Plusକୁ ଲଞ୍ଚ୍‌ କରିଥିଲା।

ଦାମ

Pure EVର ନୂଆ ଇଲେକଟ୍ରିକ ଭେଇକିଲ Etrance Neoର ଏକ୍ସ ସୋରୁମର ଦାମ ୭୫,୯୯୯ ଟଙ୍କା ରହିଛି। ଏହାପୂର୍ବରୁ ଲଞ୍ଚ୍‌ ହୋଇଥିବା ETrance Plusର ଏକ୍ସ ଶୋରୁମ ଦାମ ୫୬,୯୯୯ ଟଙ୍କା ଥିଲା। ନୂଆ ସ୍କୁଟରର ଖାସିୟତ ହେଉଛି ଏହାର ସ୍ପିଡ୍‌। ଆଇଟି ହାଇଦ୍ରାବାଦରେ ତିଆରି କରାଯାଇଥିବା ଏହି ଷ୍ଟାର୍ଟଅପ୍‌ ମୁତାବକ ଏହା କମ୍ପାନୀର ୫ମ ପ୍ରଡକ୍ଟ।

ଫୁଲ ଚାର୍ଜରେ ଚାଲିବ ୧୨୦ କିଲୋମିଟର

Etrance Neo ସ୍କୁଟରରେ ୧.୨୫ kwhର ପୋର୍ଟେବଲ ବ୍ୟାଟେରୀ ଲାଗିଛି। ଏହି ସ୍କୁଟରର ସବୁଠାରୁ ଖାସ୍‌ କଥା ହେଉଛି ଏହାର ସ୍ପିଡ। ଏହି ସ୍କୁଟର ମାତ୍ର ପାଞ୍ଚ ସେକେଣ୍ଟରେ ୪୦ କିଲୋମିଟର ଗତିରେ ଚାଲିଥାଏ। ଏଥିରେ 2,500 whର ପେଟେଷ୍ଟ ବ୍ୟାଟେରୀ ଲାଗିଛି। ଥରେ ଚାର୍ଜ କରିବା ଦ୍ୱାରା ଇ-ସ୍କୁଟର ୧୨୦ କିଲୋମିଟର ଚାଲିବ। ଲମ୍ବା ଯାତ୍ରା ପାଇଁ ଏହି ସ୍କୁଟର ବହୁତ ଉତ୍ତମ। କମ୍ପାନୀ Pure EV ମୁତାବକ ଏହି ନୂଆ ମଡେଲାରେ ଦୃତ ପିକଅପର ସୁବିଧା ରହିଛି। କମ୍ପାନୀ ଏହାକୁ ଡିସେମ୍ବର, ୨୦୨୦କୁ ବଜାର ପ୍ରବେଶ କରାଇବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.