ଓଲା-ଉବେର ପାଇଁ ସରକାର ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ ଆପଣଙ୍କୁ କ’ଣ ମିଳିବ ଫାଇଦା

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଶୁକ୍ରବାର କ୍ଯାବ ଏଗ୍ରିଗେଟର୍ସ(ଓଲା ଏବଂ ଉବେର) ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହା ଅଧୀନରେ କେନ୍ଦ୍ରୀୟ ମୋଟର ବାହନ ନିୟମ, ୧୯୮୯ରେ ସଂଶୋଧନର ପ୍ରସ୍ତାବ ରଖାଯାଇଛି। ଯେଉଁଥିରେ ବାହନ ମାଲିକ ପଂଜୀକରଣ ପ୍ରମାଣ ପତ୍ର(RC) କୌଣସି ଜଣେ ବ୍ଯକ୍ତିର ଚୟନ କରିପାରିବେ।

ମନ୍ତ୍ରଣାଳୟ ଏକ ବୟାନରେ କହିଛି, ବାହନ ପଞ୍ଜିକରଣ ସମୟରେ ନାମାଙ୍କନ ସୁବିଧାକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ବାହନ ମାଲିକଙ୍କ ପରଲୋକ ହୋଇଯାଏ, ତେବେ ଏମିତି ସ୍ଥିତିରେ ନୋମିନ ନାମରେ ଗାଡ଼ିକୁ ପଂଜୀକୃତ କରିପାରିବେ। ଏହା ସହିତ ମନ୍ତ୍ରଣାଳୟ ଏକ ଡ୍ରାଫ୍ଟ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁସାରେ, ଏବେ ଭିଟେଣ୍ଟ ବାହନର ନୂଆ ରେଜିଷ୍ଟ୍ରସନ ପାଇଁ ୨୦ ହଜାର ଟଙ୍କା ଦେବାକୁ ହେବ। ଏହା ସହିତ ଦ୍ବିତୀୟ ଥର ରେଜିଷ୍ଟ୍ରସନ କରିବା ପାଇଁ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ଗାଇଡଲାଇନ ଅନୁସାରେ, ଏବେ ଏଗ୍ରିଗେଟର୍ସଙ୍କୁ ରାଜ୍ଯ ସରକାରଙ୍କ ଠାରୁ ଲାଇସେନ୍ସ ନେବା ଜରୁରୀ ।

ola

ନିୟମ ମୁତାବକ, ଏଗ୍ରିଗେଟର ବସ୍ ଭଡା ଠାରୁ ୫୦ ପ୍ରତିଶତ କମ୍ ପଇସା ଚାର୍ଜ କରିବାର ଅନୁମତି ରହିଛି। ସେହିପରି ଯଦି କେହି ଭଡ଼ା କ୍ଯାନସେଲ କରିଦିଏ, ତେବେ ଟୋଟାଲ ଭଡାର ୧୦ ପ୍ରତିଶତ ଦେବାକୁ ହେବ। ଯାହା ଜଣେ ରାଇଡର ଏବଂ ଡ୍ରାଇଭର ପାଇଁ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ। ଡ୍ରାଇଭରକୁ ଏବେ ଭଡ଼ା ବାବଦରେ ୮୦ ପ୍ରତିଶତ ଭଡ଼ା ଏବଂ କମ୍ପାନୀକୁ ୨୦ ପ୍ରତିଶତ ମିଳିବ । କେନ୍ଦ୍ର ସରକାର ଏଗ୍ରିଗେଟର ରେଗୁଲେଟ୍ କରିବା ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଯାହାକୁ ରାଜ୍ଯ ସରକାର ପାଳନ କରିବା ଅନିବାର୍ଯ୍ଯ ଅଟେ ବୋଲି କୁହାଯାଇଛି ।

ଗ୍ରାହକଙ୍କ ସୁରକ୍ଷା ପାଇଁ ଏହିପରି ପଦକ୍ଷେପ ନେଇଛନ୍ତି ସରକାର । ଏହା ପୂର୍ବରୁ ଏଗ୍ରିଗେଟରମାନଙ୍କ ପାଖରେ କୌଣସି ଗାଇଡଲାଇନ ନଥିଲା। ଏବେ ଏହି ନିୟମ ଗ୍ରାହକଙ୍କ ସୁରକ୍ଷା ଏବଂ ଡ୍ରାଇଭରଙ୍କ ହିତ ପାଇଁ ପ୍ରସ୍ତୁତ କରାଯାଇଛି। ଯାହା ସମସ୍ତ ରାଜ୍ଯରେ ଲାଗୁ ହେବ।

Leave A Reply

Your email address will not be published.