Below header

ରେଲୱେର ନୂଆ ରେକର୍ଡ, ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠୁ ଆଦାୟ କଲା ଦେଢ଼ କୋଟିର ଫାଇନ୍‌

ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ସେଣ୍ଟ୍ରାଲ ରେଲୱେ ଦେଢ଼ କୋଟି ଟଙ୍କାର ଫାଇନ୍‌ ଆଦାୟ କରିଛି। ରେଳ ବିଭାଗ ତରଫରୁ ୪୩,୫୨୬ ଯାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କରୋନା କାଳରେ ଏତେଟା ଗାଡ଼ିମଟର ଚଳାଚଳ କରୁନଥିବାରୁ ଲୋକମାନେ ବାଧ୍ୟ ହୋଇ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ସେତେବେଳେ ଅଧକାଂଶ ଲୋକ ବିନା ଟିକେଟ୍‌ରେ ଟ୍ରେନ୍‌ରେ ଚଢ଼ିଯାଉଥିବାରୁ ଚେକିଂ ବେଳେ ରେଳ ବିଭାଗ ଏତେ ଜରିମାନା ଆଦାୟ କରିଛି।

ଏହି ଜରିମାନା ଜୁନ୍‌ ୨୦୨୦ରୁ ନଭେମ୍ବର ୨୦୨୦ ମଧ୍ୟରେ ଆଦାୟ କରାଯାଇଛି। ଟିକେଟ୍‌ ଚେକିଂ ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍‌ ଏହି ଅର୍ଥ ଆଦାୟ କରିଛି। ନିୟମିତ ଚେକିଂ ବେଳେ ମୋଟ୍‌ ୪୩,୫୨୬ ଜଣକୁ ଧରାଯାଇଥିବା ବେଳେ ୧ କୋଟି ୫୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି।

ମଧ୍ୟ-ରେଳ ବିଭାଗ ତରଫରୁ ଅନୁରୋଧ କରାଯାଇଛି ଯେ ଯାତ୍ରୀମାନେ ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ତଥା ସମ୍ମାନର ସହ ଯାତ୍ରା କରିବା ପାଇଁ ଉଚିତ ଓ ବୈଧ ରେଲୱେ ଟିକେଟ୍‌ ସହ ଯାତ୍ରା କରନ୍ତୁ। ଟିକେଟ୍‌ କରି ଲୋକମାନେ ରେଲୱେକୁ କରୋନା ବେଳେ ସାହାଯ୍ୟ କରନ୍ତୁ ବୋଲି ରେଳ ବିଭାଗ ତରଫରୁ ଅପିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.