Below header

ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ କୋରାପୁଟ ଲିଙ୍କ୍‌ ନେଇ ଚର୍ଚ୍ଚା: ୨୦୦୬ରେ ଆସିଥିଲା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର: ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ କୋରାପୁଟ ଲିଙ୍କ୍‌ ନେଇ ଚର୍ଚ୍ଚା । ପାଠକଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ । ଚାକିରି ଦେବା ନାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ରହିଛି । ସେ ୨୦୦୬ରେ କୋରାପୁଟରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଥିବାବେଳେ ଚାକିରି ଦେବା ନାଁରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ଏତଲା ଦେଇଥିଲେ ।

କୋର୍ଟରେ ବୟାନ ରେକର୍ଡ ଦିନ ଯୁବତୀ ଜଣକ ହାଜର ହୋଇପାରିନଥିଲେ । ଏହାସହ ମାମଲା ଆଗକୁ ଯାଇପାରିନଥିଲା ବୋଲି ତାଙ୍କ ଓକିଲ କହିଛନ୍ତି । ଏହି ଘଟଣା ପରେ ପାଠକଙ୍କୁ ନେଇ ବେଶ ଚର୍ଚ୍ଚା ହେବାସହ ନିନ୍ଦିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଅଭୟକାନ୍ତଙ୍କ ବଦଳି ହୋଇଥିଲା ।ଲ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.