Below header

ମହାକାଶରୁ କେତେ ସୁନ୍ଦର ଦିଶୁଛି ଆମ ପୃଥିବୀ, ଦେଖନ୍ତୁ ନାସାର ବୈଜ୍ଞାନିକ ସ୍ପେସ୍‌ରୁ ସେୟାର କରିଥିବା ଭିଡିଓ

ମହାକାଶରୁ ପୃଥିବୀକୁ ଦେଖିବା ସତରେ ଏକ ନିଆରା ଅନୁଭବ। କେବଳ କିଛି ଭାଗ୍ୟବାନ୍‌ ବ୍ୟକ୍ତିଙ୍କୁ ହିଁ ଏହି ଦୃଶ୍ୟ ଦେଖିବାର ସୁଯୋଗ ମିଳେ। ମହାକାଶବିଜ୍ଞାନୀ ତଥା ମହାକାଶକୁ ଯାତ୍ରା କରୁଥିବା ବ୍ୟକ୍ତି ବିଶେଷ ହିଁ ସ୍ୱଚକ୍ଷୁରେ ଏହି ଦୃଶ୍ୟକୁ ଦେଖିପାରିଥାନ୍ତି। ମାତ୍ର ଏବେ ନାସାର ବୈଜ୍ଞାନିକ ଭିକ୍ଟର ଗ୍ଲୋଭର ପୃଥିବୀବାସୀଙ୍କୁ ଏହି ସୁନ୍ଦର ଦୃଶ୍ୟ ଦେଖିବାର ସୁଯୋଗ ଦେଇଛନ୍ତି।

ଭିକ୍ଟର ନିଜ ଟ୍ଵିଟର ଆକାଉଣ୍ଟ ପେଜ୍‌ରେ ମହାକାଶରୁ ପୃଥିବୀର ଏକ ଭିଡିଓ ସୁଟିଂ କରି ସେୟାର କରିଛନ୍ତି। ଏହା ତାଙ୍କର ମହାକାଶରେ ଉଠାଯାଇଥିବା ପୃଥିବୀର ପ୍ରଥମ ଭିଡିଓ। ନଭେମ୍ବର ୨୫ ତାରିଖରେ ଭିକ୍ଟର ଏହାକୁ ସେୟାର କରିଛନ୍ତି। ଏହି ଭିଡିଓକୁ ଏବେ ଯାଏଁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ସେହିପରି ୧ ଲକ୍ଷରୁ ଅଧିକ ଲୋକ ଏଥିରେ ଲାଇକ୍‌ ଦେଇଥିବା ବେଳେ ୧୭ ହଜାର ଜଣ କମେଣ୍ଟ କରିଛନ୍ତି।


ପ୍ରକାଶ ଯେ ଚଳିତ ନଭେମ୍ବର ପ୍ରଥମ ସପ୍ତାହରେ ସ୍ପେସ୍‌ଏକ୍ସ ଡ୍ରାଗନ୍‌ ନାସାର କେନେଡି ମହାକାଶ କେନ୍ଦ୍ରରୁ ଲଞ୍ଚ୍‌ ହୋଇଛି। ଏଥିରେ ଅନ୍ୟ ମହାକାଶବିଜ୍ଞାନୀଙ୍କ ସହ ଭିକ୍ଟର ଗ୍ଲୋଭର ମଧ୍ୟ ମହାକାଶ ଯାତ୍ରା କରିଛନ୍ତି। ସେ ଆଗାମୀ ୬ ମାସ ଯାଏଁ ସ୍ପେସ୍‌ ଷ୍ଟେସନ୍‌ରେ ରହିବେ। ଭିକ୍ଟର ଜଣେ ପାଇଲଟ୍‌ ଏବଂ ସେକେଣ୍ଡ-ଇନ୍‌-କମାଣ୍ଡର ଭାବେ ମହାକାଶ ଯାତ୍ରା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.