ଆସନ୍ତା ଡିସେମ୍ବର ୨ ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହେବ Vivo V20 Pro, ତୁରନ୍ତ କରନ୍ତୁ ବୁକିଂ

Vivo ର ନୂଆ ସ୍ମାର୍ଟଫୋନ Vivo V20 Pro ଲଞ୍ଚ ହେବା ନେଇ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତା ଡିସେମ୍ବର ୨ ତାରିଖରେ ଭାରତୀୟ ବଜାରକୁ ଓଲ୍ହାଇବ ଏହି ନୂଆ ଦମଦାର ସ୍ମାର୍ଟଫୋନ । ଫିଚର୍ସ ଦୃଷ୍ଟିରୁ ଦେଖିଲେ ଏଥିରେ ଡୁଆଲ ସେଲ୍ଫି କ୍ୟାମେରା, ସ୍ନାପଡ୍ରାଗନ 765G ପ୍ରସେସର ଭଳି ଅତ୍ୟାଧୁନିକ ଫିଚର୍ସ ମାନ ରହିଛି । ଯାହାକି ଅକଟାକୋର 5G ପ୍ରସେସର ବିଶିଷ୍ଟ । ଏହା ସହ ୩୩ ୱାଟର ଫାଷ୍ଟ ଚାରଜିଙ୍ଗ ସୁବିଧା ରହିଛି ।

ଭାରତୀୟ ମାର୍କେଟରେ ଏହାର ମୂଲ୍ୟ କେତେ ରହିବ ସେ ନେଇ ଅଫିସିଆଲି ଭାବରେ କୌଣସି ସୂଚନା ଦିଆଯାଇନଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୩୬୦୦୦ ଟଙ୍କା ରହିବା ନେଇ ଅନୁମାନ କରାଯାଉଛି । ମୁନଲାଇଟ ସୋନାଟା, ମିଡ଼ନାଇଟ ଜେଜ, ସନସେଟ ମେଲୋଡ଼ି ପରି ତିନୋଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ । ଆଣ୍ଡ୍ରଏଡ଼ 10 ଭର୍ଜନରେ ହିଁ ଏହି ଫୋନ ଫଙ୍କସନ କରିବ । ଫୋନରେ ୬ .୪୪ ଇଞ୍ଚର ଫୁଲ ଏଚଡ଼ି ଏମୋଲେଡ଼ ଡିଷ୍ପ୍ଲେ ଥିବା ବେଳେ ଏହାର ରିଜୋଲୁସନ 1080 x 2400 ପିକସଲ ପର୍ଯ୍ୟନ୍ତ ରହିବ । ଏହାବାଦ ଫୋନରେ ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଫ୍ୟାସିଲିଟି ବି ରହିଛି ।

vivo

କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଥିବା ବେଳେ ଏହାର ମେନ ଲେନ୍ସ ୬୪ ମେଗା ପିକସ୍ଲ ବିଶିଷ୍ଟ । ସେହିପରି ଅନ୍ୟ ଲେନ୍ସ ଗୁଡିକ ଯଥାକ୍ରମେ ୮ ମେଗା ପିକସଲ ଓ ୨ ମେଗା ପିକସଲ ବିଶିଷ୍ଟ । ଭିଭୋର ଏହି ଫୋନରେ 4000 mAh ବ୍ୟାଟେରୀ ସୁବିଧା ଥିବା ବେଳେ ୩୩ ବାଟର ଚାର୍ଜ ଲାଇଟ ଫ୍ୟାସିଲିଟି ବି ରହିଛି । କନେକଟିବିଟି ପାଇଁ 5G, 4G LTE , ୩.୫ ଏମଏମ ହେଡ଼ଫୋନର ସପୋର୍ଟ ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.