ଭୁବନେଶ୍ବର: ଏଣିକି ସବୁ ଜରୁରୀ ସହାୟତା ପାଇଁ ୧୧୨ ଡାଏଲ୍ କରିବାକୁ ପଡ଼ିବ । ୧୧୨ ଡାଏଲ କଲେ ମିଳିପାରିବ ଅତ୍ୟାବଶ୍ୟକ ସହାୟତା। ପୋଲିସ୍, ଆମ୍ବୁଲାନ୍ସ, ଦମକଳ ପାଇଁ ଏଣିକି ଭିନ୍ନ ଭିନ୍ନ ନମ୍ବର ଆଉ ଡାଏଲ କରିବାକୁ ପଡିବନାହିଁ। ପୂର୍ବରୁ ଭିନ୍ନ ଭିନ୍ନ ସେବା ପାଇଁ ବିଭିନ୍ନ ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮ ଡାଏଲ କରିବାକୁ ପଡୁଥିବାବେଳେ, ଏବେ କିନ୍ତୁ ଗୋଟିଏ ନମ୍ବର ୧୧୨ କୁ ଡାଏଲ୍ କଲେ ସବୁ ସେବା ପାଇପାରିବେ । ଏହି ସେବା ପାଇଁ ୧୦୯୮ ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମିଳିଥିବା ସୂଚନା ମୁତାବକ, ୧୧୨ ସେବା ପାଇଁ ୪ ଡିଏସପି, ୧୫୧ ସବଇନିସପ୍ଟେର, ୨୦୩ ସହକାରୀ ସବ ଇନିସପେକ୍ଟର ଓ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏଥିପାଇଁ ୨୩୬ ଗାଡି ନିୟାଜିତ ହେବ ।