ଏପରି କରନ୍ତୁ IRCTC ମୋବାଇଲ ଆପ୍‌ ଦ୍ୱାରା ଟିକେଟ୍‌ ବୁକିଂ, ଜାଣନ୍ତୁ ତରିକା

ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ ଯାତ୍ରୀମାନଙ୍କୁ irctc.co.in େଓ୍ଵବସାଇଟ୍‌ ବ୍ୟତୀତ IRCTC App ଜରିଆରେ ଟିକେଟ୍‌ ବୁକିଂ କରିବାର ସୁବିଧା ଯୋଗାଇ ଦେଉଛି। ତେବେ ଆମେ ଆପଣଙ୍କୁ ଜଣାଇବୁ କିପରି ଆପଣ େଓ୍ଵବସାଇଟ୍‌ କୁ ନଯାଇ ଆପ୍‌ ଜରିଆରେ ଅର୍ଥାତ ମୋବାଇଲ୍‌ ଆପ୍‌ ମାଧ୍ୟମରେ ଟ୍ରେନ୍‌ ଟିକେଟ୍‌ ବୁକିଂ କରିପାରିବେ। ତେବେ ଆସନ୍ତୁ ଜାଣିବା ଆପ୍‌ ଜରିଆରେ କିପରି କରିବେ ଟିକେଟ୍‌ ବୁକିଂ।

irctcଏହି ମୋବାଇଲ୍‌ ଆପ୍‌ ସାହାଯ୍ୟରେ ଯାତ୍ରୀମାନେ ଟିକେଟ୍‌ ବୁକିଂ କରିବା ବ୍ୟତୀତ ଟିକେଟ୍‌ କ୍ୟାନସଲ୍‌, ଏୟାର ଟିକେଟ୍‌, Book Meal, PNR Enquiry, Refund History ଆଦି ଅନେକ କାମ ସହଜରେ କରିପାରିବେ। ସୂଚନା ମୁତାବକ ଯଦି ଆପଣ ନିଜରIRCTC ଆକାଉଣ୍ଟ କରିଛନ୍ତି ତେବେ ଆପଣ ଏହି ଆପ୍‌ ରେ ଲଗ୍‌ ଇନ୍‌ କରିବା ସମୟରେ ନିଜ ଆକାଉଣ୍ଟର ବ୍ୟବହାର କରିପାରିବେ। ଯଦି ଆପଣଙ୍କର ଆଇଆରସିଟିସି ଆକାଉଣ୍ଟ ନଥାଏ ତେବେ ଆପଣ ଆପ୍‌ ଜରିଆରେ ମଧ୍ୟ ତୁରନ୍ତ ନିଜର ଆକାଉଣ୍ଟ କ୍ରିଏଟ୍‌ କରିପାରିବେ। ଏହି ଆପ୍‌ ଇନଷ୍ଟଲ କରିବା ପରେ ଆପଣଙ୍କୁ ସାଇନ୍‌-ଇନ୍‌ ଏବଂ ରେଜିଷ୍ଟର ୟୁଜରଙ୍କ ଅପ୍ସନ ଆସିବ। ସେହିଭଳି ପୂର୍ବରୁ ଯଦି ଆପଣଙ୍କ ଆକାଉଣ୍ଟ ରହିଥାଏ ତେବେ ଆପଣଙ୍କୁ ରେଜିଷ୍ଟର ୟୁଜର ଉପରେ କ୍ଲିକ୍‌ କରିବାକୁ ପଡିବ। ଏହାପରେ ଆପଣଙ୍କୁ ଜାରି କରାଯାଇଥିବା ପ୍ରମାଣ ଦେବାକୁ ପଡିବ।

irctc-railଜାଣନ୍ତୁ କିପରି କରିବେ ବୁକିଂ

-ଆଇଆରସିଟିସି ର ଏହି ମୋବାଇଲ ଆପ୍‌ ରେ ଲଗ୍‌-ଇନ୍‌ କରିବା ପରେ ଆପଣଙ୍କୁ Plan My Journey ଉପରେ କ୍ଲିକ୍‌ କରିବାକୁ ପଡିବ।

-ଏହାପରେ ସୋର୍ସ ଷ୍ଟେସନ୍‌ ଅର୍ଥାତ କେଉଁଠାରୁ କେଉଁଠଇକୁ ଯିବେ ଲେଖନ୍ତୁ।

-ଏହାପରେ ଆପଣ ଯେଉଁ ଦିନ ଯାତ୍ରା କରିବେ ସେଦିନର ତାରିଖ ପକାନ୍ତୁ।

-ଏହାପରେ Search Trains ଉପରେ କ୍ଲିକ୍‌ କରନ୍ତୁ।

-ଏହାପରେ ଆପଣଙ୍କ ସାମ୍ନାକୁ ଟ୍ରେନର ଲିଷ୍ଟ ଆସିବ। ଅର୍ଥାତ ଟ୍ରେନ୍‌ ନମ୍ବର, ଟ୍ରେନ୍‌ ସମୟ ଏବଂ କେଉଁ ଦିନ ଟ୍ରେନ ଚାଲିବ ଆଦି ସବୁ ତଥ୍ୟ ପାଇପାରିବେ। ଏହାପରେ ଆପଣ ଯେଉଁ ଟ୍ରେନରେ ଟିକେଟ୍‌ କରିବାକୁ ଚାହୁଁଛନ୍ତି ତା’ ଉପରେ ଟ୍ୟାପ୍‌ କରନ୍ତୁ। ଏବେ ଆପଣ ଟ୍ରେନରେ କେଉଁ କୋଚ୍‌ ଅର୍ଥାତ ସ୍ଲିପର କ୍ଲାସ, 2AC ଆଦି ନିଜ ସୁବିଧା ଅନୁସାରେ ଚୟନ କରନ୍ତୁ। ଆପଣ କୋଚ୍‌ ଚୟନ କରିବା ପରେ ହିଁ କେତିକି ସିଟ୍‌ ଖାଲି ରହିଛି ଏବଂ କେତେ େଓ୍ଵଟିଂ ଅଛି ଜାଣିପାରିବେ।

-ଟ୍ରେନ୍‌ ଏବଂ କୋଚ୍‌ ଚୟନ କରିବା ପରେ ଆପଣଙ୍କୁ ଯାତ୍ରୀଙ୍କ ଡିଟେଲ୍ସ ଦେବାକୁ ପଡିବ।

-ଟିକେଟ୍‌ ବୁକିଂ ପାଇଁ ଆପଣ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ନେଟ୍‌ ବ୍ୟାକିଂ, ୟୁପିଆଇ ସମେତ ଅନ୍ୟ ଉପାୟରେ ଟଙ୍କା ଜମା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.