ହିରୋ ଲଞ୍ଚ୍‌ କଲା ଲେକ୍ଟୋ ସ୍ମାର୍ଟ ଇ-ସାଇକେଲ, ଥରେ ଚାର୍ଜ ହେଲେ ଚାଲିବ ୬୦ କିଲୋମିଟର

ହିରୋ ସାଇକେଲର ଏକ ଡିଭିଜନ୍‌ ହିରୋ ଲେକ୍ଟ୍ରୋ ନିଜ ନୂଆ ସ୍ମାର୍ଟ ଇଲେକ୍ଟ୍ରିକ୍‌ ସାଇକେଲ (f6i)କୁ ଭାରତରେ ଲଞ୍ଚ୍‌ କରିଛି। ଏହାର ଦାମ୍‌ ରହିଛି ୪୯,୦୦୦ ଟଙ୍କା। ଏହି ସାଇକେଲକୁ ଗ୍ରାହକ ୫୦୦୦ ଟଙ୍କାରେ ବୁକ୍‌ କରିପାରିବେ। ଏହି ସ୍ମାର୍ଟ ସାଇକେଲରେ ଲିଥିୟମ୍‌ ବ୍ୟାଟେରୀ ଓ ରିୟର ହବ ମୋଟରର ବ୍ୟବହାର କରାଯାଇଛି ଓ ଏଥିରେ ୭ ସ୍ପିଡ୍‌ ଗିୟର ମଧ୍ୟ ଦିଆଯାଇଛି। ଏହି ସାଇକେଲରେ କମ୍ପାନୀ ତରଫରୁ ବ୍ଲୁଟୁଥ୍‌ ଡିଭାଇସ୍‌ ପାଇଁ ସ୍ମାର୍ଟ କନେକ୍ଟିଭିଟିର ସୁବିଧା ମଧ୍ୟ ଦିଆଯାଇଛି। ଅର୍ଥାତ୍‌ ଆପଣ ଆଇସ୍ମାର୍ଟ ଆପ୍‌ ଜରିଆରେ ଏହାକୁ ଫୋନ୍‌ ସହ କନେକ୍ଟ କରିପାରିବେ।

cycle2

କମ୍ପାନୀର କହିବାନୁସାରେ ଏହି ସାଇକେଲ ଏକ ହାଇ-ଏଣ୍ଡ ଫ୍ୟୁଚରିଷ୍ଟିକ୍‌ ଉତ୍ପାଦ। ଏଥିରେ ଡିଟେଚେବଲ ବ୍ୟାଟେରୀ ବ୍ୟବହାର କରାଯାଇଛି। ଏହି ବ୍ୟାଟେରୀ ସାଇକେଲକୁ ଥରକରେ ୬୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେବ ଓ ଏହାର ଟପ୍‌ ସ୍ପିଡ୍‌ ୨୫ କିଲୋମିଟର ପ୍ରତି ଘଣ୍ଟା ରହିବ।

ରିକ୍ରିଏସନ୍‌, ମନୋରଞ୍ଜନ ଓ ଆଡଭେଞ୍ଚର ଚାହୁଁଥିବା ଲୋକଙ୍କ ପାଇଁ କମ୍ପାନୀ ଏହି ସାଇକେଲ ନିର୍ମାଣ କରିଛି। ଏଥିରେ ଲାଇଟ୍‌ ୱେଟ୍‌ ଆଲୟ ହ୍ଵିଲ୍‌ ଓ ଡବଲ ଡିସ୍କ ବ୍ରେକ୍ସ ମିଳିବ। ଏଥିରେ କେଣ୍ଡାର ଟାୟାର ବ୍ୟବହାର କରାଯାଇଛି।

Leave A Reply

Your email address will not be published.