Below header

ଆଜି ଡିନରରେ ପ୍ରସ୍ତୁତ କରନ୍ତୁ କାଜୁ ପଲାଉ, ସ୍ୱାଦରେ ଏକଦମ୍ ଜବରଦସ୍ତ

ଯଦି ଆପଣ ଆଜି ଡିନରରେ କ’ଣ ବନାଇବେ ବୋଲି ଭାବୁଛନ୍ତି ତାହେଲେ ଆଜି ଆପଣ କାଜୁ ପଲାଉ ବନାନ୍ତୁ। ଏହା ସ୍ୱାଦିଷ୍ଟ ହେବା ସହିତ ହେଲଦି ବି ହୋଇଥାଏ। ଏହାକୁ ଯଦି ଥରେ ଆପଣ ବନାଇ ଖାଇଲେ,ତା’ହେଲେ ବିଶ୍ୱାସ କରନ୍ତୁ ଏହାକୁ ବାରମ୍ବାର ଖାଇବାକୁ ଇଚ୍ଛା କରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • କାଜୁ – ଏକ କପ୍
  • ବାସୁମତି ଚାଉଳ – ଦୁଇ କପ୍
  • କଟା ପିଆଜ – ଏକ କପ୍
  • କଞ୍ଚା ଲଙ୍କା – ଅଳ୍ପ
  • କଟା ରସୁଣ – ଏକ ଚାମଚ
  • ଅଳେଇଚ – ୨ଟି
  • ଲବଙ୍ଗ – ୪ ରୁ ୫ଟି
  • ଡାଲଚିନି – ଗୋଟେ ଖଣ୍ଡ
  • ବିରିୟାନୀ ଫୁଲ – ୧
  • ଲୁଣ – ସ୍ୱାଦାନୁସାରେ
  • ଘିଅ – ୨ ବଡ଼ ଚାମଚ
  • ପାଣି – ୩ ଗ୍ଲାସ

ପ୍ରସ୍ତୁତି ପ୍ରଣାଳୀ

ଚାଉଳରେ ପାଣି ଦେଇ ୩୦ ମିନିଟ୍ ପାଇଁ ଭିଜାଇ ରଖିଦିଅନ୍ତୁ। ଏହାପରେ ପ୍ରେସର କୁକରରେ ଘିଅ ପକାଇ ମଧ୍ୟମ ଆଞ୍ଚରେ ଗରମ ହେବା ପାଇଁ ରଖିଦିଅନ୍ତୁ। ଘିଅକୁ ଗରମ କରିବା ପରେ ଏଥିରେ ଅଳେଇଚ, ଲବଙ୍ଗ, ଡାଲଚିନି, ବିରିୟାନୀ ଫୁଲ ପକାଇ ଭାଜି ଦିଅନ୍ତୁ। ମସଲା ଯେତେବେଳେ ହାଲକା ଲାଲ ହୋଇଯିବ ସେତେବେଳେ ଏଥିରେ ଲୁଣ ଏବଂ ପିଆଜ ପକାଇ ହାଲକା ଲାଲ ହେବା ପାଇଁ ଭାଜନ୍ତୁ।
ଏବେ ଚାଉଳକୁ ପାଣିରୁ ଛାଣି ନିଅନ୍ତୁ ଏବଂ ପ୍ରେସର କୁକରରେ ଚାଉଳ, କାଜୁ ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ। ଏହାପରେ ଦେଢ଼ ଗ୍ଲାସ ପାଣି ପକାଇ କୁକର ବନ୍ଦ କରି ସିଟି ମାରି ଦିଅନ୍ତୁ। ଏହାପରେ ପ୍ରେସର କୁକରର ଅଳ୍ପ ଥଣ୍ଡା ହେବା ପରେ ଢ଼ାଙ୍କୁଣୀ ଖୋଲି ଦିଅନ୍ତୁ। ଏବେ ଆପଣଙ୍କ କାଜୁ ପଲାଉ ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.