Below header

ଜିହାଦି କବଳରୁ ମୁକୁଳିଲେ ୩୪୪ ଜଣ ସ୍କୁଲ ପିଲା, ଦିନକୁ ଥରେ ଖାଇବା ଦେଇ ନିର୍ଧୁମ୍‌ ପିଟୁଥିଲେ

ଜେହାଦୀ ସଂଗଠନ “ବୋକୋ ହରାମ” ନାଇଜେରିଆର ଏକ ସ୍କୁଲରୁ ଉଠାଇ ନେଇଥିବା ୩୪୪ ଜଣ ଶିଶୁ ମୁକୁଳିଛନ୍ତି । ନାଇଜେରିୟା ସେନାଙ୍କ ଉଦ୍ୟମରେ ଏମାନଙ୍କୁ ମୁକୁଳାଇବାରେ ସଫଳ ହୋଇ ପାରିଛନ୍ତି । ପିଲାମାନଙ୍କୁ ପାଇ ଅଭିଵାବକ ମାନେ ଆତ୍ମହରା ହୋଇ ଉଠିଛନ୍ତି | ସୂଚନା ଦେବା ଯୋଗ୍ୟକି, ଏକ ସପ୍ତାହ ପୂର୍ବେ ଉତ୍ତର ପଶ୍ଚିମ ନାଇଜେରିଆର ଉତ୍ତର କତସିନା ପ୍ରାନ୍ତରେ ଥିବା ଏକ ସ୍କୁଲରେ ହଟାତ କିଛି ଆତଙ୍କବାଦୀ ପଶି ଏକା ସାଥିରେ ୩୪୪ ଜଣ ସ୍କୁଲ ପିଲାଙ୍କୁ ଅପହରଣ କରିନେଇଥିଲେ । ଏମାନେ ବାଇକ ଯୋଗେ ଆସିଥିବା ନେଇ ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି | ପରେ ଏହି ଆତଙ୍କବାଦୀ ମାନେ ବୋକାହରମ ସଂଗଠନର ବୋଲି ଜଣାପଡ଼ିଥିଲା । ପିଲାଙ୍କୁ ତୁରନ୍ତ କିପରି ମୁକୁଳାଯାଇ ପାରିବ ନାଇଜେରିୟା ରାଷ୍ଟ୍ରପତି ମୁହମ୍ମଦ ବୁହାରୀ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ନାଇଜେରିଆ ସରକାର ଲଗାତାର ଅପହରଣକର୍ତ୍ତାଙ୍କ ସହିତ ବୁଝାମଣା କରିବାକୁ ସମ୍ପର୍କ କରିବାକୁ ଚେଷ୍ଟା ଜାରି ରଖିଥିଲେ । ଏନେଇ ରାଷ୍ଟ୍ରପତି ବୁଖାରୀଙ୍କ ପ୍ରବକ୍ତା ବାରମ୍ବାର ମିଡ଼ିଆକୁ ସୂଚନା ଦେଉଥିଲେ । ଆତଙ୍କବାଦୀ ସଂଗଠନ କବଳରୁ ମୁକ୍ତ ହେବା ପରେ ଛୋଟ ଛୋଟ ପିଲା ମାନେ ଲୋମହର୍ଷଣ ଅନୁଭୂତି ଗୁଡିକୁ ବଖାଣିଛନ୍ତି । ଜଣେ ଛାତ୍ର ଦେଇଥିବା ବୟାନ ଅନୁଯାୟୀ, ସେହି ଦଳଙ୍କ ପାଖରେ ଅନେକ ଅସ୍ତ୍ରଶସ୍ତ୍ର ମହଜୂତ ଥିଲା । ଅନେକ ସମୟରେ ସେମାନେ ପିଲା ମାନଙ୍କୁ ପିଟୁଥିଲେ । ଉଭୟ ଶାରୀରିକ, ମାନସିକ ଯନ୍ତ୍ରଣା ଦେଉଥିଲେ । ଏମିତିକି ଦିନକୁ ଥରେ ମାତ୍ର ଭୋଜନ ଦିଆଯାଉଥିଲା । କିନ୍ତୁ ଏହି ଘଟଣା ଘଟାଇବା ପଛର ପ୍ରକୃତ କାରଣ ଏଯାବତ ଅସ୍ପଷ୍ଟ ରହିଛି । ଛୋଟ ପିଲାଙ୍କୁ ଅପହରଣ କରିବା ପଛର ପ୍ରକୃତ କାରଣ କଣ ସେନେଇ ଜଣା ପଡ଼ିପାରିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.