ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା: କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ କରିବାକୁ ଚିଠି ଲେଖିଲା NCPCR

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ସୁପାରିସ କରାଯାଉ । ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି NCPCR ଅଧ୍ୟକ୍ଷ । ଏନେଇ ଟ୍ଵିଟ କରି ସମ୍ବିତ ପାତ୍ର ସୂଚନା ଦେଇଛନ୍ତି । ତେବେ ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କ ସହମତି ବାଧ୍ୟତାମୂଳକ । ନଭେମ୍ବର ମାସରେ ଏସମ୍ପର୍କିତ ନିର୍ଦ୍ଦେଶନାମା ଶୁଣାଇଥିଲେ ସୁପ୍ରିମକୋର୍ଟ ।

ରାଜ୍ୟ ସରକାରଙ୍କ ବିନା ସହମତି ସିବିଆଇ କୌଣସି ମାମଲାର ତଦନ୍ତ କରି ପାରିବ ନାହିଁ । ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ, ସିବିଆଇ ଏହାର କ୍ଷମତା ଓ ଅଧିକାରକୁ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ସହମତି ଆବଶ୍ୟକ । ସଂଘୀୟ ବ୍ୟବସ୍ଥାକୁ ଏହା ସୁନିଶ୍ଚିତ କରୁଛି । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ସମେତ ୮ଟି ରାଜ୍ୟ ସିବିଆଇକୁ ସେମାନଙ୍କ ରାଜ୍ୟରେ ବାରଣ କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.