Below header

ଏମିତି ବରଫପାତ ଆଗରୁ କେବେ ଦେଖିନଥିବେ: ରାଜପଥରେ ୧୭ କିଲୋମିଟର ଯାଏଁ ଲମ୍ବିଛି ଗାଡ଼ି ଲାଇନ୍‌, ଭୋକ ଉପାସରେ ଲୋକେ

ଶୀତଋତୁ ଆସିବା ମାତ୍ରେ ବିଶ୍ୱର ଅନେକ ସ୍ଥାନରେ ଆରମ୍ଭ ହୋଇଯାଇଛି ବରଫପାତ ବା ସ୍ନୋ-ଫଲ୍‌। ଜାପାନରେ ମଧ୍ୟ କିଛି ଦିନ ହେବ ପ୍ରବଳ ବରଫପାତ ଜାରି ରହିଛି। ବରଫପାତ ଯୋଗୁ ହାଇେଓ୍ଵ ଜାମ୍‌ ହୋଇଛି। ଫଳରେ ହଜାର ହଜାର ଗାଡ଼ି ଓ ସେଥିରେ ଥିବା ଲୋକଙ୍କୁ ରାସ୍ତାରେ ହିଁ ରାତି କାଟିବାକୁ ପଡ଼ିଛି। ବରଫପାତ ଯୋଗୁ ରାସ୍ତାଘାଟ, ଦୋକାନ, ବଜାର ସବୁ କିଛି ବନ୍ଦ ହୋଇଯାଇଥିବାରୁ ଗାଡ଼ିରେ ଥିବା ଲୋକମାନେ ଭୋକ ଉପାସରେ ରାସ୍ତାରେ ଅଟକିଛନ୍ତି। ରାଜରାସ୍ଥାରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଫସି ରହିଛନ୍ତି।

snowfall2

ରିପୋର୍ଟ ମୁତାବକ, ଜାପାନର ନିଗାତା ଓ ଗନମା ଅଞ୍ଚଳରେ ସବୁଠୁ ଅଧିକ ବରଫପାତ ହୋଇଛି। ଗତ ତିନି ଦିନ ଧରି ପ୍ରାୟ ୨ ମିଟର ବା ୬.୬ ଫୁଟ୍‌ର ବରଫ ଜମା ହୋଇଥିବା ଦେଖିବାକୁ ମିଳିଛି। ଭାରି ବରଫପାତ ଯୋଗୁ ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଉତ୍ତର ଓ ପଶ୍ଚିମ ଅଞ୍ଚଳରେ ଲାଇନ୍‌ କଟିଥିବାରୁ ୧୦,୦୦୦ରୁ ଅଧିକ ଘର ଅନ୍ଧାରରେ ରହିଛି।

snowfall

ଜାପାନର ସମୁଦ୍ରକୂଳରେ ନିଗାତାରୁ ଟୋକିଓ ଯାଉଥିବା ଟ୍ରେନ୍‌ ମଧ୍ୟ ବରଫପାତ ଯୋଗୁ ରାସ୍ତାରେ ଅଟକି ରହିଛି। ଟ୍ରେନ୍‌ରେ ଶତାଧିକ ଯାତ୍ରୀ ଫସିଛନ୍ତି। ବେଳକୁ ବେଳ ସ୍ଥିତି ଆହୁରି ବିଗୁଡ଼ୁ ଥିବାରୁ ଆଗକୁ ଅବସ୍ଥା ସଙ୍ଗୀନ ହୋଇପାରେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ପ୍ରାୟ ୧୭ କିଲୋମିଟର ଯାଏଁ ଗାଡ଼ିମାନଙ୍କର ଲମ୍ବା ଲାଇନ୍‌ ଲାଗିଛି। ପାଣିପାଗ ଟିକେ ସୁଧୁରିଲେ ଲୋକଙ୍କୁ ଉଦ୍ଧାର କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.