Below header

ଏହି ବ୍ଲଡ ଗ୍ରୁପ ଲୋକଙ୍କ ଠାରେ ଅଧିକ ରହିଥାଏ ହାର୍ଟ ଆଟାକର ଭୟ

ଭୁଲ ଖାଦ୍ୟପେୟ ଏବଂ ଭୁଲ୍ ଜୀବନଶୈଳୀ ପାଇଁ ଆଜିକାଲିର ଅଧିକାଂଶ ଲୋକଙ୍କ ଠାରେ ହୃଦରୋଗ ସମସ୍ୟା ଦେଖିବାକୁ ମିଳୁଛି। ହାର୍ଟଆଟାକ ବା ହୃଦରୋଗ ମଧ୍ୟ ଏମିତି ରୋଗ, ଯାହା ପ୍ରାୟ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି। ହୃଦରୋଗ ହେବାର ଅନେକ କାରଣ ହୋଇଥାଏ, କିନ୍ତୁ ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି ଯେ ବ୍ଲଡ ଗ୍ରୁପ୍‌ କାରଣରୁ ମଧ୍ୟ ହାର୍ଟଆଟାକ ସମସ୍ୟା ଦେଖାଦେଇଥାଏ।

heart attack

ରିପୋର୍ଟ ଅନୁଯାୟୀ, ଅଣ ‘ଓ’ ବ୍ଲଡଗ୍ରୁପ ଲୋକଙ୍କର ହୃଦରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ରିସର୍ଚ୍ଚରମାନେ ଜଣାଇଛନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ ଅଣ ’ଓ’ ବ୍ଲଡ ଗ୍ରୁପ୍‌ ଲୋକଙ୍କ ଠାରେ ଏହି ସମସ୍ୟା ଅଧିକ ରହିଥାଏ କାରଣ ବ୍ଲଡ ଗ୍ରୁପ୍‌ ‘ଏ’, ‘ବି’ ଏବଂ ‘ଏବି’ ରେ ରକ୍ତ ଜମିବା ଯୋଗୁ ପ୍ରୋଟୀନର ସ୍ତର ଅଧିକ ରହିଥାଏ। ପ୍ରାୟ ୧୩ ଲକ୍ଷ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି । କିନ୍ତୁ ଏହାପୂର୍ବରୁ ଆଉ ଏକ ରିସର୍ଚ୍ଚରୁ ଜଣାପଡିଥିଲା ଯେ ଦୁର୍ଲଭ ବ୍ଲଡ ଗ୍ରୁପ୍‌ ‘ଏବି’ ରକ୍ତ ନମୂନା ଲୋକଙ୍କ ଠାରେ ସବୁଠାରୁ ଅଧିକ ଭୟ ରହିଥାଏ।

ତେବେ ନେଦରଲାଣ୍ଡର ୟୁନିଭର୍ସିଟୀ ମେଡିକାଲ ସେଣ୍ଟର ଗ୍ରୋନିନଜେନର ଜଣେ ରିସର୍ଚ୍ଚର ଦାବି କରିଛନ୍ତି ଯେ ସବୁ ବ୍ଲଡ ଗ୍ରୁପ୍‌ ସହ ଜଡ଼ିତ ସମସ୍ୟାକୁ ଅଧ୍ୟୟନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.