ଲଞ୍ଚ ହେଲା Vodafone Ideaର ଏକ୍ସକ୍ଲୁସିଭ ପ୍ଲାନ, ଘରେ ବସି ପାଇପାରିବେ ସିମ

Vodafone Idea ନିଜ ସିମର ହୋମ ଡେଲିଭରି ସେବାକୁ ଆଉ ଟିକେ ବିସ୍ତୃତ କରିଛି । ହୋମ ଡେଲିଭରି ଅନ୍ତର୍ଗତ ଆଉ ଏକ ନୂଆ ପ୍ଲାନ ଲଞ୍ଚ କରିଛି କମ୍ପାନୀ । ଏହି ନୂଆ ପ୍ରି ପେଡ଼ ପ୍ଲାନର ନାଁ କମ୍ପାନୀ ପକ୍ଷରୁ “ଡିଜିଟାଲ ଏକ୍ସସଲୁସିଭ” ରଖାଯାଇଥିବା ବେଳେ ଏହାର ମୂଲ୍ୟ ୩୯୯
ଟଙ୍କା ରଖାଯାଇଥିବା ନେଇ ଜଣାଯାଇଛି । ଭୋଡାଫୋନର ଏହି ନୂଆ ପ୍ଲାନ ଅନ୍ୟ କମ୍ପାନୀ ତୁଳନାରେ ଅପେକ୍ଷାକୃତ କମ ଦରରେ ମିଳିପାରିବ ବୋଲି ଜଣାଯାଇଛି । ଯଦି ଆପଣ ୩୯୯ ଟଙ୍କିଆ ପ୍ଲାନ ସହ ସିମକୁ କମ୍ପାନୀ ୱେବ ସାଇଟରୁ ଅର୍ଡର କରିବେ ତେବେ ହୋମ ଡେଲିଭରି ଜରିଆରେ ଆପଣଙ୍କ ନିକଟରେ ସିମ ପହଁଚି ଯାଇପାରିବ ।

ଏହି ପ୍ଲାନର ବୈଧତା ୫୬ ଦିନ ଯାଏଁ ରହୁଥିବା ବେଳେ ପ୍ରତିଦିନ ୧.୫ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳିଯାଇ ପାରିବ । ଏହା ସହ ଅନ୍ୟ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ସୁବିଧା ମିଳିବା ସହ ୧୦୦ ଏସଏମଏସ ମଧ୍ୟ କରିହେବ ।  ଏହି ନୂଆ ଅଫର ବ୍ୟତୀତ କମ୍ପାନୀ ନିଜର ଏକ ୨୯୭ ଟଙ୍କିଆ ପ୍ଲାନ ଲଞ୍ଚ କରିଛି । ଯାହାର ବୈଧତା ୨୮ ଦିନ ଯାଏଁ ଥିବା ବେଳେ ପ୍ରତିଦିନ ୧.୫ ଜିବିର ଡାଟା ସୁବିଧା ମିଳିପାରିବ । ଏହା ବାଦ ପ୍ରତିଦିନ ୧୦୦ ଏସଏମଏସ ସମେତ ସବୁ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ବ୍ୟବସ୍ଥା ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.