Below header

Frozen ମାଂସ ଖାଇବାଠୁ ରୁହନ୍ତୁ ଦୂରେଇ, ନଚେତ୍‌ ପ୍ୟାନକ୍ରିଏଟିକ୍‌ କ୍ୟାନସର ହେବାର ସମ୍ଭାବନା ବଢ଼ିପାରେ, ଜାଣନ୍ତୁ ଆଉ କ’ଣ ହୋଇପାରେ କ୍ଷତି

ଆପଣ ବଜାରରେ ମିଳୁଥିବା ଫ୍ରୋଜନ ଫୁଡ୍‌ ଖାଉଛନ୍ତି କି, ତା’ହେଲେ ଏବେ ଠୁ ହୋଇଯାଆନ୍ତୁ ସାବଧାନ। କାରଣ, ଫ୍ରୋଜନ ଫୁଡ୍‌ରେ ହାଇଡ୍ରୋଜେନେଟେଡ୍‌ ପାମ୍‌ ଅଏଲ୍‌ ବ୍ୟବହାର କରାଯାଇଥାଏ, ଯେଉଁଥିରେ ହାନିକାରକ ଟ୍ରାନ୍ସ ଫ୍ୟାଟ୍‌ ରହିଥାଏ। ଏହି ଫୁଡ୍‌ରେ ଷ୍ଟାର୍ଚ ଏବଂ ଗ୍ଲୁକୋଜରୁ ତିଆରି କର୍ନ ସିରପ ଭଳି ପ୍ରିଜର୍ଭେଟିଭ୍‌ ବି ପ୍ରୟୋଗ କରାଯାଇଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଫ୍ରୋଜନ ଫୁଡ୍‌ରେ ସୋଡିୟମ୍‌ ଅଧିକ ମାତ୍ରାରେ ରହିଛି, ଯଦ୍ଦ୍ଵାରା ଶରୀରରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ।

ଫ୍ରୋଜନ ଫୁଡ୍‌ ଖାଇଲେ କ’ଣ ହୋଇଥାଏ କ୍ଷତି

୧. ଫ୍ରୋଜନ ଫୁଡ୍‌କୁ ସତେଜ ରଖିବା, ଏହାର ସ୍ୱାଦ ବଢ଼ାଇବା ଏବଂ ଭଲ ଦେଖାଯିବା ପାଇଁ ଷ୍ଟାର୍ଚ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାକୁ ଖାଇଲେ ଡାଇବେଟିଜ୍‌ ହେବାର ସମ୍ଭାବନା ବଢ଼ିଯାଇଥାଏ। ଡାଇବେଟିଜ୍‌ ରୋଗୀମାନେ ଏହାଠୁ ଦୂରେଇ ରୁହନ୍ତୁ।

୨. ଫ୍ରୋଜନ ଫୁଡ୍‌ ହାର୍ଟ ରୋଗୀଙ୍କ ପାଇଁ ଠିକ୍‌ ନୁହେଁ। ଏଥିରେ ମହଜୁଦ ଟ୍ରାନ୍ସ ଫ୍ୟାଟ୍‌ କ୍ଲଜ୍‌ଡ ଧମନୀଗୁଡ଼ିକର ସମସ୍ୟା ବଢ଼ାଇଥାଏ। ଟ୍ରାନ୍ସ ଫ୍ୟାଟ୍‌ ଶରୀରରେ ଖରାପ କୋଲେଷ୍ଟ୍ରୋଲ ସ୍ତରକୁ ବଢ଼ାଇ ଭଲ କୋଲେଷ୍ଟ୍ରୋଲକୁ କମାଇ ଦେଇଥାଏ, ଯାହାକି ହାର୍ଟ ପାଇଁ ସମସ୍ୟା ଆଣିପାରେ।

୩. ଫ୍ରୋଜନ ଫୁଡ୍‌ରେ ଫ୍ୟାଟ୍‌ ଅଧିକ ମାତ୍ରାରେ ମିଳିଥାଏ। ଫ୍ୟାଟ୍‌ରେ କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ ତୁଳନାରେ ଦୁଇଗୁଣା ଅଧିକ କ୍ୟାଲୋରୀ ଥାଏ। ଏଥିପାଇଁ ଫ୍ରୋଜନ ଫୁଡ୍‌କୁ ଲଗାତାର ସେବନ କରିବା ଦ୍ୱାରା ଓଜନ ବଢ଼ିଥାଏ।

୪. ଫ୍ରୋଜନ ମିଟ୍‌ ଖାଇବା ଦ୍ୱାରା ପ୍ୟାନକ୍ରିଏଟିକ୍‌ କ୍ୟାନସର ହେବାର ସମ୍ଭାବନା ବଢ଼ିପାରେ। ତେଣୁ ଯେତେ ସମ୍ଭବ ଏହାଠୁ ଦୂରେଇ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.