Below header

ପୁରୀକୁ ଆସିଥିବା ଜଣେ ବଙ୍ଗୀୟ ଭକ୍ତଙ୍କୁ ଦୁବ୍ୟର୍ବହାର ଓ ଆକ୍ରମଣ ଅଭିଯୋଗ: ଅତିରିକ୍ତ ଏସପି କରିବେ ତଦନ୍ତ

ପୁରୀ(କେନ୍ୟୁଜ୍):  ପୁରୀକୁ ଆସିଥିବା ଜଣେ ବଙ୍ଗୀୟ ଭକ୍ତଙ୍କୁ ଦୁବ୍ୟର୍ବହାର ଓ ଆକ୍ରମଣ ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପଶ୍ଚିମଦୁଆର ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଆଜି ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ପଶ୍ଚିମ ଦୁଆର ଦେଇ ଫେରିଥିଲେ ମଧ୍ୟ ତାଙ୍କ ସହ ଥିବା ଜଣେ ବୃଦ୍ଧା ପଶ୍ଚିମ ଦୁଆର ଗୁମୁଟରେ ରହିଯାଇଥିଲେ।

ତାଙ୍କୁ ପୁଣି ଆଣିବା ପାଇଁ ସମ୍ପୃକ୍ତ ଯୁବକ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ଉଦ୍ୟମ କରିଥିବା ବେଳେ ପୁଲିସ ତାଙ୍କୁ ଅଟକାଇ ଥିଲା। ପୋଲିସ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ତେବେ ପୋଲିସ ତାଙ୍କୁ ଧକ୍କା ମାରିବା ସହ ଦୁବ୍ୟର୍ବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି ଭକ୍ତ। ଏନେଇ ଥାନାରେ ମାମଲା ହୋଇନଥିଲେ ମଧ୍ୟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି ଏହାର ତଦନ୍ତ କରୁଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.