କେନ୍ଦୁଝର (କେ ନ୍ୟୁଜ୍) : କେନ୍ଦୁଝର ସହର ଯୋଜନା କାର୍ଯ୍ୟାଳୟର ଯାଞ୍ଚ ଅଧିକାରୀ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଯାଇଛନ୍ତି । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନିମାଇଁ ରରଣ ସାହୁ । ଆଜି ସନ୍ଧ୍ୟାରେ ଟାଉନ୍ ପ୍ଲାନିଂ ଅନୁମୋଦନ ପାଇଁ ଅଜୟ କୁମାର ବିଶ୍ୱକର୍ମାଙ୍କ ଠାରୁ ୪୦ ହଜାର ଟଙ୍କା ଦାବି କରିଥିଲେ ।
ତେବେ ଚୁକ୍ତି ମୁତାବକ ୨୫ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ । ନିମାଇଁଙ୍କୁ ଧରିବା ପରେ ଭିଜିଲାନ୍ସ ପକ୍ଷରୁ ଏବେ ତାଙ୍କର ବିଭିନ୍ନ ଘର ଉପରେ ଚଢ଼ାଉ ଆରମ୍ଭ ହୋଇଥିବା ସୂଚନା ମିଳିଛି ।