Below header

ଗୁରୁ ପୁଷ୍ଯ ଯୋଗ: ଜାଣନ୍ତୁ କେଉଁ ଦିନ ପଡୁଛି ଆଉ ପୂଜା କରିବାର ଶୁଭ ମୁହୂର୍ତ୍ତ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆକାଶରେ ୨୭ଟି ନକ୍ଷତ୍ର ରହିଥାଏ ଏବଂ ଏଥିରେ ଥିବା ପୁଷ୍ଯ ନକ୍ଷତ୍ର ସବୁଠାରୁ ଶୁଭ ଏବଂ ମାଙ୍ଗଳିକ ବୋଲି କୁହାଯାଏ। ପୁଷ୍ଯକୁ ନକ୍ଷତ୍ର ମଧ୍ୟରେ ରାଜା ବୋଲି କୁହାଯାଏ। ଏହି ନକ୍ଷତ୍ର ଏତେ ଶୁଭ ଯେ, ଯେଉଁଦିନ ଏହି ନକ୍ଷତ୍ର ପଡିଥାଏ, ସେଦିନ ଆପଣଙ୍କ କୌଣସି ଶୁଭ କାର୍ଯ୍ଯ କରିପାରିବେ। ଗୁରୁବାର ଦିନ ପୁଷ୍ଯ ଯୋଗ ରହୁଥିବାରୁ ସେଦିନକୁ ଗୁରୁ ପୁଷ୍ଯ ଯୋଗ ବୋଲି କୁହାଯାଏ। ୨୫ ଫେବ୍ରୁଆରୀ ଗୁରୁବାର ଦିନ ଗୁରୁ ପୋଷ୍ଯ ଯୋଗ ହେଉଥିବାରୁ ଏହି ଦିନ ପୂଜାପାଠ ବ୍ଯତୀତ ଅନ୍ଯ ଯାହା ଜିନିଷ କିଣିବା ମଧ୍ୟ ଶୁଭ।

୨୫ ଫେବ୍ରୁଆରୀରେ ଗୁରୁ ପୁଷ୍ଯ ଯୋଗ ଦିନ ମାଘ ମାସର ଶୁଳ୍କ ପକ୍ଷ ନେତ୍ରଦଶୀ ତିଥି ରହିଥିବାରୁ ତା’ ପରେ ଚତୁର୍ଦ୍ଦଶୀ ଲଗାଉଛି। ଏହି ଦିନ ଚନ୍ଦ୍ରମା ନିଜର ରାଶି କର୍କରେ ରହିଥାଏ। ତେଣୁ ଏହିଦିନ ମଧ୍ୟ ବେଶ ଶୁଭ। ବିଶେଷ କରି କିଣାକିଣି କରିବା ଏହିଦିନ ବେଶ ମଙ୍ଗଳକାରୀ ହୋଇଥାଏ। ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗୁରୁ ପୁଷ୍ଯ ଯୋଗ ଦିନ ଘର, ଜମି, ଗାଡି, ସୁନା-ରୂପା ଇତ୍ଯାଦି କିଣିବା ଶୁଭଫଳ ଦେଇଥାଏ। ଏହାସହିତ ଏହି ଦିନ କୌଣସି ନୂଆ କାରବାର ଆରମ୍ଭ କଲେ ମଧ୍ୟ ଶୁଭ ହୋଇଥାଏ।

puja thali

ଗୁରୁ ପୁଷ୍ଯ ଯୋଗ ଦିନ ଭଗବାନ ବିଷ୍ଣୁଙ୍କୁ ବ୍ଯତୀତ ବୈଦିକ ବିଧିରେ ମା୩ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ଏମିତି କଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ।

ଗୁରୁ ପୁଷ୍ଯ ଯୋଗ ଦିର ଶୁଭ ମୁହୂର୍ତ୍ତ:

ଗୁରୁ ପୁଷ୍ଯ ଯୋଗ: ୨୫ ଫେବ୍ରୁଆରୀ ଗୁରୁବାର ସକାଳ ୬.୫୫ ରୁ ୧.୧୭ ମିନିଟ ପର୍ଯ୍ଯନ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.