ସ୍ତ୍ରୀଙ୍କ ସହ ଜବରଦସ୍ତି ରଖିଲେ ଶାରୀରିକ ସମ୍ପର୍କ, ତା’ପରେ ପ୍ରାଇଭେର୍ଟ ପାର୍ଟରେ ଲୁହା ରଡ୍‌ ପୂରାଇଲେ ସ୍ୱାମୀ

ଥମିବାର ନାଁ ଧରୁନି ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର। ଉତ୍ତର ପ୍ରଦେଶର କୌଶାମ୍ବୀରେ ମହିଳାଙ୍କ ଉପରେ ନିର୍ଯାତନାର ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ମହିଳା ଜଣକ ନିଜ ସ୍ୱାମୀଙ୍କ ଉପରେ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ ଓ ପ୍ରାଇଭେଟ୍‌ ପାର୍ଟରେ ଲୁହାର ରଡ୍‌ ପୂରାଇ ଦେଇଥିବା ଅଭିଯୋଗ କରିଛନ୍ତି। ପୋଲିସ କହିଛି, ଉତ୍ତର ପ୍ରଦେଶର କୌଶାମ୍ବୀରେ ମହିଳା ସ୍ୱାମୀଙ୍କ ଉପରେ ମାରପିଟ୍‌ କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।

ସୂଚନା ଦେବା ଅବସରରେ ପୋଲିସ କହିଛି, ମହିଳା ସ୍ୱାମୀଙ୍କ ବିରୋଧରେ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ ଓ ପ୍ରାଇଭେର୍ଟ ପାର୍ଟରେ ଲୁହା ରଡ୍‌ ପୂରାଇ ଦେଇଥିବା ନେଇ ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରାରମ୍ଭିକ ତଦନ୍ତରେ ରଡ୍‌ ପୂରାଇବା ଅଭିଯୋଗର ସତ୍ୟତା ଜଣାପଡ଼ିନାହିଁ। ମହିଳାଙ୍କୁ ଏବେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଆସିବା ପରେ ଏହାର ସତ୍ୟତା ଜଣାପଡ଼ିବ।

ଏ ନେଇ ପୋଲିସ ଅଧୀକ୍ଷକ ଅଭିନନ୍ଦନ କହିଛନ୍ତି, ଏହା ଏକ ଦାମ୍ପତ୍ୟ କଳି। ଉଭୟେ ପ୍ରାୟ ୨୦ ବର୍ଷ ତଳେ ବିବାହ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ପୋଲିସ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ସ୍ୱାମୀ, ଦେଢ଼ଶୁର ଓ ଶ୍ୱଶୁରଙ୍କ ବିରୋଧରେ ଯୌତୁକ ଉତ୍ପୀଡ଼ନ ସମେତ ଅନ୍ୟ ଅଭିଯୋଗ ନେଇ ମଧ୍ୟ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.