ଭଞ୍ଜନଗର (କେନ୍ୟୁଜ୍) : ଏ ୩୫ ଡିଗ୍ରୀ ତାତିରେ ଏମିତି ଆସିଲା ସର୍ବଗିଳା ନିଆଁ ଯେ ଏଥିରେ ୮ଟି ପରିବାରର ୧୬ ବଖରା ଘର ଜଳିଗଲା । ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ବାହୁଡ଼ା ଗାଁର ତଳସାହିରେ ଘଟିଛି ଏଭଳି ଘଟଣା। ବିଦ୍ୟୁତ ସଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଖବର ପାଇ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ସମସ୍ତ ବିପନ୍ନ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।