ଫୋନରେ ଏମିତି ଡାଉନଲୋଡ୍ କରନ୍ତୁ Facebook ଭିଡିଓ, ଦରକାର ପଡ଼ିବନି କୌଣସି ବାହାର ଆପ୍
ଆଗରୁ ଭିଡିଓ ଦେଖିବା ପାଇଁ କେବଳ ୟୁଟ୍ୟୁବ ଥିବା ବେଳେ ଏବେ ଲୋକମାନେ ଫେସବୁକରେ ମଧ୍ୟ ଭିଡିଓ ଦେଖିପାରୁଛନ୍ତି। ଏଠାରେ ଆପଣ ଏଜୁକେସନଠାରୁ ଆରମ୍ଭ କରି ଏଣ୍ଟରଟେନମେଣ୍ଟ ଓ ଫ୍ୟାସନ ସମେତ ଅନେକ କାଟାଗୋରୀର ଭିଡିଓ ପାଇପାରିବେ। ମାତ୍ର ଫେସବୁକରେ ଭିଡିଓ ଡାଉନଲୋଡ କରିବା ପାଇଁ କୌଣସି ସୁବିଧା ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଫେସବୁକରୁ ଭିଡିଓ ଡାଉନଲୋଡ କରିବା ପାଇଁ ଏକ ସହଜ ଉପାୟ କହିବୁ, ଯାହା ସାହାଯ୍ୟରେ ବିନା କୌଣସି ସମସ୍ୟାରେ ଆପଣ ଭିଡିଓ ଲୋଡ କରିପାରିବେ…
- ଏଥିପାଇଁ ପ୍ରଥମେ ଡେସ୍କଟପରେ ଫେସବୁକ Log In କରନ୍ତୁ।
- ଏବେ ଯେଉଁ ଭିଡିଓ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତାହାକୁ ଖୋଲନ୍ତୁ।
- ଏବେ ଭିଡ଼ିଓର ଲିଙ୍କ କପି କରନ୍ତୁ।
- ଏବେ ଫୋନର ବ୍ରାଉଜରରେ fbdown.net ୱେବସାଇଟ୍ ଖୋଲନ୍ତୁ।
- ଏଠାରେ ଭିଡିଓ ଲିଙ୍କ ପୋଷ୍ଟ କଲେ Download ଅପ୍ସନ ଦିଶିବ।
- ଏବେ More optionsକୁ ଯାଆନ୍ତୁ ଓ SD କିମ୍ବା HD ଅପ୍ସନ ଭିତରକୁ ଗୋଟିଏ ଚୟନ କରନ୍ତୁ।
- ଭିଡିଓ ଆପେ ଆପେ ଡାଉନଲୋଡ ହୋଇଯିବ।