ହରିୟାଣା ଅମ୍ବାଲାରେ ଅମାନିଆଁଙ୍କୁ ପେଟେଣ୍ଟ ମେଡିସିନ୍: ଲକଡାଉନ୍ ନିୟମ ନମାନିବାରୁ ରାସ୍ତାରେ ହେଲେ ଉଠବସ୍
ହରିୟାଣା: ଅମାନିଆଁଙ୍କୁ ପେଟେଣ୍ଟ ମେଡିସିନ। ଲକଡାଉନ୍ ନିୟମ ନମାନିବାରୁ ରାସ୍ତାରେ ଅମାନିଆଙ୍କୁ ଉଠବସ୍ କରାଇଛି ପୋଲିସ। ଏ ହେଉଛି ହରିୟାଣା ଅମ୍ବାଲାର ଦୃଶ୍ୟ। ଅମାନିଆଙ୍କୁ ଧାଡ଼ିରେ ଠିଆ କରି ଉଠବସ୍ କରାଉଛି ପୋଲିସ। ହରିଆଣାରେ ମେ ୧୦ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରାଯାଇଛି।
କେବଳ ଜରୁରୀ କାଳୀନ ସେବାକୁ ଛାଡିଦେଲେ ଦୋକାନ ବଜାର ଓ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛିି। ମାତ୍ର କିଛି ଅମାନିଆ ନିୟମ ନମାନି ସକାଳୁ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କୁ ସାବାଡ କରିବାକୁ ଯାଇ ପୋଲିସ ଧାଡିରେ ଠିଆ କରି ଉଠବସ୍ କରାଇଛି। ଶେଷରେ ଆଗକୁ ଏପରି ଭୁଲ୍ର ପୁନରାବୃତ୍ତି ନକରିବାକୁ ଚେତାବନୀ ଦେଇ ଛାଡିଛି ପୋଲିସ।