ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସନରାଇଜର୍ସ ହାଇଦ୍ରାବାଦ

ଆଜିର ଆଇପିଏଲରେ ୩୧ତମ ଲିଗ୍ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଅନୁଷ୍ଠିତ ଏକ ରୋମାଞ୍ଚକର ମ୍ଯାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ଏତେ ବଡ଼ ବିଜୟ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା । ପୋଲାର୍ଡ ସିଜନର ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିଭଳି ମଙ୍ଗଳବାର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ ।

ମୁମ୍ବାଇ ଇଣ୍ଡିଆନ୍ସ: କ୍ୱିଣ୍ଟନ ଡି କକ୍, ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, କୃନାଲ ପାଣ୍ଡ୍ୟା, କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଜିମ୍ମି ନିଶମ, ଧାୱଲ କୁଲକର୍ଣ୍ଣୀ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

ସନରାଇଜର୍ସ: ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ, କେନ ୱିଲିୟମସନ (ଅଧିନାୟକ), କେଦାର ଯାଦବ, ବିଜୟ ଶଙ୍କର, ମହମ୍ମଦ ନବି, ଅବଦୁଲ ସମଦ, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦିପ ଶର୍ମା, ଖଲିଲ ଅହମ୍ମଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.