ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୨ ହଜାର ୫୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ପଜିଟିଭିଟି ରେଟ୍ ରହିଛି ୪.୬୬ ପ୍ରତିଶତ । ଦିନକରେ ୨ ହଜାର ୨୧୯ ଣଙ୍କ ଜୀବନ ନେଇଛି କରୋନା । ଆକ୍ଟିଭ୍ କେସ୍ ୧୨ଲକ୍ଷ ୩୧ ହଜାର ୪୧୫ରେ ପହଂଚିଛି।
ଗତ ୧୬ଦିନ ହେଲା ୧୦ ପ୍ରତିଶତ ତଳେ ରହିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୬୨ ହଜାର ୬୬୪ ଜଣ । ସୁସ୍ଥତା ହାର ରହିଛି ୯୪.୫୫ ପ୍ରତିଶତ। ଦେଶରେ ଏଯାଏ ୨୩.୯ କୋଟି ଡୋଜ୍ ଭ୍ୟାକ୍ସିନ୍ ଦିଆଗଲାଣି।