ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ସ୍ୱତନ୍ତ୍ର SOPରେ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଅନୁମତି

କୋଣାର୍କ (କେନ୍ଯୁଜ):  ଦୀର୍ଘ ସାଢେ ୩ ମାସ ପରେ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ଖୋଲାଯାଇଛି। ସ୍ୱତନ୍ତ୍ର SOPରେ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦୈନିକ ୨ହଜାର ପର୍ଯ୍ୟଟକ ପ୍ରବେଶ କରିପାରିବେ।

ପର୍ଯ୍ୟଟକ ମାନଙ୍କ ପାଇଁ ଅନଲାଇନରେ ଟିକେଟ ବ୍ୟବସ୍ଥା କରାଯାଇଛି। ଗାଇଡ୍‌ ଓ ଫଟୋଗ୍ରାଫରଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। କରୋନା ସଂକ୍ରମଣ ଯୋଗୁ ଏପ୍ରିଲ ୧୬ରୁ ବନ୍ଦ ଥିଲା ମନ୍ଦିର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.