ଭୁବନେଶ୍ବର(କେନ୍ଯୁଜ୍): ରାସ୍ତାରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଉର୍ଦ୍ଧ୍ୱ ଗାଡି ପର୍ଯ୍ୟାୟ କ୍ରମେ ରାସ୍ତାରୁ ହଟାଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଗାଡି ଚିହ୍ନଟ ହୋଇସାରିଛି। ରାଜ୍ୟରେ ଲକ୍ଷାଧିକ ୧୫ବର୍ଷର ଅଧିକ ପୁରୁଣା ଗାଡି ଅଛି।
କେନ୍ଦ୍ର ସରକାରଙ୍କ ନୂଆ ନିୟମ SCARP POLICY ଅନୁସାରେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ପ୍ରଥମେ ସରକାରୀ ଗାଡ଼ିରେ ଏହାକୁ ଲାଗୁ କରାଯିବ। ପର୍ଯ୍ୟାୟ କ୍ରମେ ଗାଡ଼ିଗୁଡ଼ିକ ରାସ୍ତାରୁ ହଟିବା ପରେ ପରିବେଶ ପ୍ରଦୂଷଣ ମଧ୍ୟ କମିବ।