ସାମସଙ୍ଗ Galaxy M52 5G ସ୍ମାର୍ଟ ଫୋନ୍ ଏହି ଦିନ ଭାରତରେ କରିବ ଏଣ୍ଟ୍ରି, ୬୪ ମେଗା ପିକ୍ସେଲ କ୍ୟାମେରା ସହ ରହିଛି ଅନେକ ଫିଚର
ନୂଆଦିଲ୍ଲୀ : ସାଉଥ କୋରିଆ କମ୍ପାନୀ ସାମ୍ସଙ୍ଗ M ସିରିଜର ନୂଆ ସ୍ମାର୍ଟ ଫୋନ୍ ଭାରତରେ ଲଞ୍ଚ କରିବାକୁ ଯାଉଛି । ଖୁବ୍ ଶୀଘ୍ର ଭାରତ ବଜାରରେ Galaxy M52 5G ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି । ସାମସଙ୍ଗ ଏହାର ଲଞ୍ଚିଂ ଡେଟ୍ ମଧ୍ୟ ଘୋଷଣା କରିଛି । ସେପ୍ଟେମ୍ବର ୧୯ରେ ଏହା ଭାରତରେ ଲଞ୍ଚ କରିବ ବୋଲି ଜଣାପଡ଼ିଛି । ଆପଣ ଏହାକୁ ଇ-କମର୍ସ କମ୍ପାନୀ ଜରିଆରେ କିଣି ପାରିବେ ।
ସମ୍ଭାବିତ ସ୍ପସିଫିକେସନ :
ଏହି ଫୋନରେ ୬.୭ ଇଞ୍ଚର ଫୁଲ ଏଚ୍ଡି + ସୁପର AMOLED ଡିସପ୍ଲେ ଦିଆଯାଇଛି, ଯାହାର ରିଜୋଲୁସନ ୧,୦୮୦x ୨,୪୦୦ ପିକ୍ସେଲ । ଏହାର ରିଫ୍ରେସ ରେଟ୍ ୧୨୦ ହର୍ଟଜ । ଫୋନ୍ ଏଣ୍ଡ୍ରଏଡ୍ ୧୧ ବେସଡ୍ OneUI 3.1 ରେ କାମ କରିବ । ଏହି ଫୋନ୍ରେ Qualcomm Snapdragon 778G ପ୍ରୋସେସର ବ୍ୟବହାର କରାଯାଇଛି । ଏଥିରେ 6GB ରାମ୍ ଓ 128GB ଇଣ୍ଟରନଲ ଷ୍ଟୋରେଜ ଦିଆଯାଇଛି ।
ଏଥିରେ ୪ ଟି କ୍ୟାମେରା ଦିଆଯାଇଛି । ପ୍ରାଇମେରୀ କ୍ୟାମେରା 64 ମେଗାପିକ୍ସେଲ, 12 ମେଗାପିକ୍ସେଲ, 5 ମେଗାପିକ୍ସେଲ ଡେପ୍ଥ କ୍ୟାମେରା ଓ ସେଲ୍ଫି ଓ ଭିଡ଼ିଓ କଲିଂ ପାଇଁ 32 ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏହାଛଡ଼ା ଏଥିରେ 5000mAh ବ୍ୟାଟେରୀ ଦିଆଯାଇଛି । ସେହିପରି କନେକ୍ଟିଭିଟି ପାଇଁ ଫୋନରେ 5G, 4G LTE, ଓ୍ଵାଇଫାଇ, ବ୍ଳୁ ଟୁଥ v5, ଜିପିଏସ୍/ଏ-ଜିପିଏସ୍ ଏବଂ ୟୁଏସ୍ବି ଟାଇପ- ସି ଭଳି ଫିଚର୍ସ ଦିଆଯାଇଛି ।