କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ପ୍ରଭାବରେ ରାଜ୍ୟରେ ଆଜିଠୁ ତିନି ଦିନ ବର୍ଷା ହେବ । ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଓ୍ଵାର୍ଣ୍ଣିଂ । କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାର ପ୍ରଭାବରେ ଫ୍ଲାସ ଫ୍ଲଡ୍ ସହ ସୃଷ୍ଟି ହୋଇପାରେ ଜଳବନ୍ଦୀ ସ୍ଥିତି । ଭୂସ୍ଖଳନ ସମ୍ଭାବନା ବି ରହିଛି । ଭାଙ୍ଗିପାରେ କଚ୍ଚା ଘର । ଛୋଟ ଛୋଟ ଗର୍ତ୍ତ ଉପୁଜିପାରେ । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା ।
ସେହିପରି ୨୭ ତାରିଖ ପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଆଉ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଆଲର୍ଟରେ ଅଛନ୍ତି । ସ୍ଥିତି ଉପରେ ରହିଛି ସତନ୍ତ୍ର ନଜର ।