ଆବଶ୍ୟକ ସାମଗ୍ରୀ
ପନୀର , ଅଦା, ଟମାଟୋ, ଧନିଆ ପତ୍ର, କଞ୍ଚା ଲଙ୍କା, ଲାଲ ଲଙ୍କା ପାଉଡର, ହଳଦି ପାଉଡର, ଧନିଆ ପାଉଡର, ଗରମ ମସଲା, ଜିରା, ବଡ ଅଳେଇଚ, ତେଲ କିମ୍ବା ଘିଅ, କସ୍ତୁରୀ ମେଥି ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ଗ୍ରାଇଣ୍ଡିଂରେ ଟମାଟୋ, କଞ୍ଚା ଲଙ୍କା ଏବଂ ଅଦା ପେସି ଦିଅନ୍ତୁ। ଯଦି ଅଢ଼େଇ ଶହ ଗ୍ରାମ ପନୀର ନେଇଛନ୍ତି ତାହେଲେ ଏଥିରେ ୩ ବଡ ଚାମଚ ଟମାଟୋ ଆବଶ୍ୟକ ପଡିବ। ପନୀରକୁ କାଟି ଘିଅ କିମ୍ବା ରିଫାଇନରେ ଭାଜି ଦିଅନ୍ତୁ। ଏଥିରେ ସାମାନ୍ୟ ଲୁଣ ପକାଇ ଦିଅନ୍ତୁ। ପନୀର ବାହାର କରିଦିଅନ୍ତୁ । ପ୍ୟାନରେ ବଳକା ରହିଥିବା ତେଲରେ ଜିରା ଫୁଟାନ୍ତୁ ଏବଂ ଏହାପରେ ତେଲ ପତ୍ର, ବଡ ଅଳେଇଚ ଏବଂ ଗୋଲମରୀଚ ପକାଇ ଦିଅନ୍ତୁ। ଏବେ ହଳଦି, ଲୁଣ, ଲଙ୍କା ଏବଂ ଧନିଆ ପାଉଡର ପକାଇ କିଛି ସମୟ ଭାଜନ୍ତୁ। ଏବେ ଟମାଟୋ –ଅଦା ପେଷ୍ଟ ପକାଇ ଦିଅନ୍ତୁ। ପେଷ୍ଟକୁ ମିଡିୟମ ଆଞ୍ଚରେ ସେତେ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ ଯେତେ ଯାଏଁ ତେଲ ଉପରକୁ ନ ଉଠିଛି। ଏବେ ଏଥିରେ ଅଳ୍ପ ଫ୍ରେସ୍ ମଲାଇ ପକାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଚଲାନ୍ତୁ। ଯଦି ଆପଣଙ୍କ ପାଖରେ ଖୁଆ ଥାଏ ତାହେଲେ ମଲାଇ ଯାଗାରେ ଖୁଆ ପକାଇ ପାରିବେ। ଏବେ ଏଥିରେ ପାଣି ପକାଇ ଘୋଡାଇ ଫ୍ରାଏ ହେବାକୁ ଛାଡିଦିଅନ୍ତୁ। ୫ ମିନିଟ୍ ପରେ ଏଥିରେ ପନୀର କ୍ୟୁବ ପକାଇ ଦିଅନ୍ତୁ। ଯେତେବେଳେ ଗ୍ରେଭୀ ଗାଢ଼ା ହୋଇଯିବ ଗ୍ୟାସ୍ ବନ୍ଦ କରିଦିଅନ୍ତୁ ଏଥିରେ କସ୍ତୁରୀ ମେଥି ଏବଂ ଧନିଆ ପକାଇ ଦିଅନ୍ତୁ। ଏବେ ଆପଣଙ୍କର ପନୀର ଗ୍ରେଭୀ ପ୍ରସ୍ତୁତ ହୋଇଯାଇଛି।