ବିଚ୍‌ ରାସ୍ତାରେ ଡକାୟତି, ମର୍ଣ୍ଣିଂ ୱାକ୍‌ ବେଳେ ଲୁଟର ଶିକାର ହେଲେ ଅବସରପ୍ରାପ୍ତ ପୋଲିସ ଅଫିସର

ବଲାଙ୍ଗିର(କେନ୍ଯୁଜ୍) : ମର୍ଣ୍ଣିଂ ୱାକ୍‌ ବେଳେ ଲୁଟ୍‌। ବିଚ୍‌ ରାସ୍ତାରେ ଡକାୟତି। ବଲାଙ୍ଗିର ଆରଟିଓ ଛକରେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଉପରେ ଆକ୍ରମଣ କରି ଲୁଟିେନେ ଟଙ୍କା ଓ ମୋବାଇଲ । ବିଷ୍ଣୁ ପ୍ରସାଦ ପାଢୀଙ୍କ ଠାରୁ ଲୁଟି ନେଇ ୩ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ବିଷ୍ଣୁ ପ୍ରସାଦ ମର୍ଣ୍ଣିଂ ୱାକ୍‌ ପାଇଁ ଯାଇଥିବାବେଳେ ଦୁର୍ବୃତ୍ତମାନେ ଆରଟିଓ ଛକରେ ଅଟକାଇ ଲୁଟ୍‌ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ବିନ୍‌ କରୁଛି।

Leave A Reply

Your email address will not be published.