ତୈମୂର ଭଳି ସ୍ବାସ୍ଥ୍ୟବାନ ଏବଂ ସୁନ୍ଦର ହୋଇପାରିବ ଆପଣଙ୍କର ପିଲା, କରୀନା ନିଜେ ଜଣାଇଛନ୍ତି ଏହାର ସୂଚନା

କରୀନା ଏବଂ ସୈଫଙ୍କର ପୁଅ ତୈମୁର ଅଲ୍ଳୀ ଖାନ ସବୁବେଳେ ନିଜର କ୍ୟୁଟନେସ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି। ଯେତେବେଳେ ସେ ଘରୁ ବାହାରକୁ ବାହାରନ୍ତି ତେବେ ମିଡିଆ ତାଙ୍କ ଫଟୋ ନେବାକୁ ପଛରେ ଲାଗିଯାନ୍ତି। ଏମିତି ହେବା ମଧ୍ୟ ସ୍ବାଭାବିକ, କାରଣ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ତୈମୁରର ସୁନ୍ଦରତା ପଛରେ ଦିୱାନା। ବହୁତ ଗର୍ଭବତୀ ମହିଳାମାନେ କରୀନାଙ୍କ ପୁଅ ତୈମୂର ଭଳି ନିଜ ଛୁଆ ହେବା ପାଇଁ ଚାହୁଁଛନ୍ତି ସେମାନେ ଏହାପାଇଁ ଖାଦ୍ୟପେୟକୁ ନେଇ ବହୁତ ସଚେତନତା ଅବଲମ୍ବନ କରୁଛନ୍ତି। ସେମାନେ  ତୈମୂରଙ୍କ ସୁନ୍ଦରତା ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କର ଏହି ପ୍ରଶ୍ନର ଉତ୍ତର କରୀନା ନିଜେ ଦେଇଛନ୍ତି। ଏକ ଇଣ୍ଟର୍ଭ୍ୟୁରେ ନିଜେ କରୀନା ତୈମୁରଙ୍କର ସୁନ୍ଦରତା ବିଷୟରେ ସୂଚନା ଦେଇଛନ୍ତି।

taimur କରୀନା ଏଂ ତାଙ୍କର ନ୍ୟୁଟିଶିୟନ ଏକ ସାକ୍ଷାତକାରରେ ଜଣାଇଥିଲେ ଯେ ଯଦି କିଏ ତୈମୂର ଭଳି ଛୁଆ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଗର୍ଭାବସ୍ଥା ସମୟରେ ଏବଂ ପରେ କିଛି ଖାସ ଧ୍ୟାନ ଦେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ତୈମୂରର ସୁନ୍ଦରତାର ରହସ୍ୟ।

ଏହା ସହ ପଢ଼ନ୍ତୁ : ପାଦରେ ରହିଛି କାନ୍ଦୁଥିବା ଶିଶୁକୁ ଚୁପ୍‌ କରିବାର ରହସ୍ୟ

କରୀନା ଜଣାଇଥିଲେ ଯେ ଗର୍ଭାବସ୍ଥା ସମୟରେ ସେ କୌଣସି ଡାଇଟ ଚାର୍ଟ ଫଲୋ କରିନଥିଲେ। ସେ ସେହି ସମୟରେ ରାଶି ଲଡ୍ଡୁ, ମୁଡକି, ମଖନ, ଡାଲିଭାତ, ନଡିଆ ଚଟଣୀ ସହିତ ଇଟଲୀ, ଖିଚଡି, ସମସ୍ତ ପ୍ରକାରର ଡାଲି, ହଳଦୀ କ୍ଷୀର ଏବଂ ମିଲ୍କସେକକୁ ସେବନ କରୁଥିଲେ।

taimurଗର୍ଭାବସ୍ଥାରେ କରୀନା ଦେଶୀ ଘିଅକୁ ମଧ୍ୟ ଖାଉଥିଲେ। ସେହି ସମୟରେ ସେ ମନ ଶାନ୍ତି କରି ଘିଆ ପରଟା ଖାଉଥିଲେ। କରୀନା କୁହନ୍ତି ଯେ ଗର୍ଭାବସ୍ଥା ସମୟରେ ଘରେ ଗୁରୁଜନଙ୍କ ପରାମର୍ଶ ମଧ୍ୟ ନେବା ଆବଶ୍ୟକ। ଏହାଛଡା ସେ ଠିକ ଭାବରେ ଖାଦ୍ୟପେୟ କରୁଥିଲେ ଏବଂ କୌଣସି ଖାଦ୍ୟକୁ ମନା କରୁନଥିଲେ।

taimurସାକ୍ଷାତକାରରେ କରୀନାଙ୍କୁ ତୈମୂରଙ୍କର ସୁନ୍ଦରତା ବିଷୟରେ ପ୍ରଶ୍ନ କରାଯାଇଥିଲା। ଆପଣ ତାଙ୍କୁ କଣ ଖାଇବାକୁ ଦେଉଛନ୍ତି ? ଏହାର ଉତ୍ତରରେ କରୀନା କହିଥିଲେ ଯେ ପିଲା ମାନଙ୍କୁ ବହୁତ ପାସ୍ତା ଏବଂ ଦେଶୀ ଘିଅ ଖୁଆଇବା ଉଚିତ।

ଏହାଛଡା ସେ ଲାଉ, ଜହ୍ନି ଏବଂ କଲରା ଭଳି ଜିନିଷ ଖାଇଥାନ୍ତି ଏବଂ ପୁଅ ତୈମୂରକୁ ମଧ୍ୟ ଖୁଆଇ ଥାନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ତୈମୂର ଯେତେବେଳେ ୭ ମାସରେ ହୋଇଥିଲେ ସେବେଠାରୁ ସେ ଘିଅ ଖୁଆଇ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.