Below header

ଗିରିଶ ମୁର୍ମୁ ହେବେ ପରବର୍ତ୍ତୀ କେନ୍ଦ୍ର ବ୍ୟୟ ସଚିବ

ଗୁଜରାଟ(କେନ୍ଯୁଜ୍) : ଗିରିଶ ମୁର୍ମୁ ହେବେ ପରବର୍ତ୍ତୀ କେନ୍ଦ୍ର ବ୍ୟୟ ସଚିବ । ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍‌ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ବ୍ୟୟ ସଚିବ ଅଛନ୍ତି ଏ.ଏନ୍‌. ଝା । ନଭେମ୍ବର ୩୦ ତାରିଖରେ ସେ ଅବସର ନେବେ । ତାଙ୍କ ଅବସର ପରେ ଗିରିଶ ମୁର୍ମୁ ଏହି ଦାୟିତ୍ୱ ସମ୍ଭାଳିବେ । ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଗିରିଶ ଚନ୍ଦ୍ର ମୁର୍ମୁ, ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବେ କାର୍ଯ୍ଯ କରିଥିଲେ । ସେ ଗୁଜରାଟର ଗୃହ ସଚିବ ଭାବେ ମଧ୍ୟ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.