ବିଶ୍ୱକପ ହକିକୁ ଆଉ ମାତ୍ର ୭ ଦିନ, ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଆର୍ଜେଣ୍ଟିନା ଟିମ୍‌

ଭୁବନେଶ୍ୱର(କେନ୍ଯୁଜ୍) : ପାଖେଇ ଆସୁଛି ବିଶ୍ୱକପ ହକି। ମଝିରେ ଆଉ ମାତ୍ର ୭ ଦିନ। ସଜେଇ ହେଉଛି ଭୁବନେଶ୍ୱର। ଚାରିଆଡେ ରଙ୍ଗୀନ୍‌ ଆଲୋକମାଳା ଓ ଆକର୍ଷଣୀୟ କାରୁକାର୍ଯ୍ଯ। ଦିନ ଯେତିକି ପାଖେଇ ଆସୁଛି କ୍ରୀଡୀପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଉଦ୍‌ଘାଟନୀ ଉତ୍ସବ ପାଇଁ ଗତକାଲି ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି କରାଯାଇଥିଲା।

WhatsApp Image 2018-11-21 at 11.47.48 AMଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଆର୍ଜେଣ୍ଟିନା ଟିମ୍‌। କ୍ୟାପ୍‌ଟେନ୍‌ ପେଡ୍ରୋ ଆଇବେରାଙ୍କ ନେତୃତ୍ୱ ୧୮ ଜଣିଆ ଟିମ୍‌ ଆସିଛନ୍ତି। ରାତିରେ ଦକ୍ଷିଣ ଆଫ୍ରିକା ଖେଳାଳି ଆସିବେ। ଅନ୍ୟ ୧୩ ଦଳ ମଧ୍ୟ ଶୀଘ୍ର ଭୁବନେଶ୍ୱରରେ ପହଞ୍ଚି ୱାର୍ମଅପ୍‌ ମ୍ୟାଚ୍‌ ଖେଳିବେ। ସେପଟେ ସହରବାସୀଙ୍କୁ ବିଶ୍ୱକପ୍‌ ହକିର ସିଧାପ୍ରସାରଣ ଦେଖାଇବା ପାଇଁ ୧୦ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିବ ଏଲିଡି ସ୍କ୍ରିନ୍‌।