ଭୁବନେଶ୍ବର (କେନ୍ୟୁଜ୍) : ପ୍ରେମ ପାଇଁ ହତ୍ୟା। ବାରଙ୍ଗ ଥାନା ଗୋଡ଼ିସାହି ନିକଟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ ସୁନୀଲ ରଞ୍ଜନ ସାହୁଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ। ନିରଞ୍ଜନ ବେହେରାକୁ ଗିରଫ କରିଛି କମିଶନରେଟ ପୋଲିସ। ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲ ଜବତ କରିଛି ପୋଲିସ। ମହିଳାଙ୍କ ସହ ଅନୈତିକ ସମ୍ପର୍କ ଓ ତାଙ୍କୁ ନିର୍ୟାତନା ପାଇଁ ମହିଳାଙ୍କ ବନ୍ଧୁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୨୫ ତାରିଖରେ ସୁନୀଲ ରଞ୍ଜନ ସାହୁଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।