Below header

ସୁନୀଲ ଆରୋରା ହେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ (କେନ୍ୟୁଜ୍) : ୨୩ତମ ମୁଖ୍ୟ ନିର୍ବାଚନ ଭାବେ ଦାୟିତ୍ୱ ନେଲେ ସୁନୀଲ ଆରୋରା। ଓମ୍ ପ୍ରକାଶ ରାଉତ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବସର ନେବା ପରେ ସୁନୀଲ ଏହି ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପରିଚାଳନା କରିବେ ସୁନୀଲ ଆରୋରା। ପୂର୍ବରୁ ଅରୋରାଙ୍କ ନାଁକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେବା ପରେ ଏଥିରେ ମୋହର ମାରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ୨୦୧୭ ଅଗଷ୍ଟ ୩୧ତାରିଖରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ସୁନୀଲ ଆରୋରା। ୧୯୮୦ରେ ଅର୍ଥ, ହସ୍ତଶିଳ୍ପ ଏବଂ ପ୍ଲାନିଙ୍ଗ କମିଶନ ମନ୍ତ୍ରାଳୟରେ କାମ କରିଛନ୍ତି। ଅରୋରା ୧୯୯୯-୨୦୦୨ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.