ଏଠି ଆକାଶରେ ନୁହେଁ, ରାସ୍ତାରେ ଗଡୁଛି ହେଲିକପ୍ଟର; ଦୁଇ ବ୍ୟକ୍ତିଙ୍କ ଅଦ୍ଭୁତ ଜ୍ଞାନ କୌଶଳ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
ପୃଥିବୀରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି। ଯେଉଁମାନେ ନିଜର ଖାସ୍ ପ୍ରତିଭା ଦ୍ୱାରା ସାରା ବିଶ୍ୱରେ ଲୋକପ୍ରିୟ ହୁଅନ୍ତି। ଏମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦିଅନ୍ତି। ଏହିପରି ବିହାରରେ ଏମିତି ଚମତ୍କାର ପ୍ରତିଭା ସାମ୍ନାକୁ ଆସିଛି। ଏଠାରେ ସୀତାମଢି ଓ ବଗହାରର ଦୁଇଜଣ ମୋଟର ମେକାନିକ ନିଜ ପ୍ରତିଭା ଦେଖାଇଛନ୍ତି। ସେମାନେ ଏଭଳି ହେଲିକପ୍ଟର ପ୍ରସ୍ତୁତ କରିଛନ୍ତି, ଯାହା ଆକାଶରେ ନୁହେଁ ବରଂ ସଡକରେ ଗଡୁଥିବାର ଦେଖିବାକୁ ମିଳିଛି।
ଆମେ ସାଧାରଣତଃ ଆକାଶରେ ଉଡୁଥିବା ହେଲିକପ୍ଟର ବହୁତ ଦେଖିଛେ। କିନ୍ତୁ ଆଶ୍ଚର୍ଯ୍ୟକର କଥା, ବର୍ତ୍ତମାନ ସଡକରେ ଗଡୁଥିବାର ହେଲିକପ୍ଟର ଦେଖିବାକୁ ମିଳିଛି। ବିହାରର ସୀତାମଢିରେ ଜଣେ ମୋଟର ମେକାନିକ୍ ସଡକରେ ଗଡୁଥିବାର ଏକ ଅଦ୍ଭୁତ ପ୍ରକାରର ହେଲିକପ୍ଟର ନିର୍ମାଣ କରିଛନ୍ତି। ହେଲିକପ୍ଟରଟି ଅତି ସୁନ୍ଦର ହୋଇଥିବାରୁ ଲୋକମାନେ ଏହାପ୍ରତି ଆକର୍ଷିତ ହେଉଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, ଏଠାରେ ଏହି ହେଲିକପ୍ଟରର ଏତେ ଅଧିକ ଚାହିଦା ରହିଛି ଯେ ବିବାହ ସମୟରେ ବର ଏହି ହେଲିକପ୍ଟରରେ ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚୁଛି। ଲୋକମାନେ ଏଭଳି ଏକ ନିଆରା ହେଲିକପ୍ଟର ଦେଖି ମେକାନିକଙ୍କୁ ବେଶ୍ ପ୍ରଶଂସା କରୁଛନ୍ତି। କିଛି ଲୋକ କହିଛନ୍ତି, ବିହାରୀ ମସ୍ତିଷ୍କର କୌଣସି ତୁଳନା ନାହିଁ।
ସୀତାମଢି ରିଗାର ମୋଟର ମେକାନିକ ମନୋଜ କୁମାର ଏକ କାର୍ ଭିତର ଓ ବାହାର ଅଂଶକୁ ସଂମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରି ଏହି ହେଲିକପ୍ଟର ନିର୍ମାଣ କରିଛନ୍ତି। ମନୋଜ କହିଛନ୍ତି, ହେଲିକପ୍ଟରର ବ୍ଲେଡ, ଲାଇଟ, ବ୍ୟାକ ଫ୍ୟାନକୁ ଚଲାଇବା ଏବଂ ବନ୍ଦ କରିବା ପାଇଁ ଏହା ଭିତରେ ଏକ ଡ୍ୟାସ୍ବୋର୍ଡରେ ସ୍ୱିଚ୍ ଦିଆଯାଇଛି। କାର୍କୁ ହେଲିକପ୍ଟର ରଙ୍ଗ ଭଳି ରଙ୍ଗୀନ କରାଯାଇଛି। କାର୍ର ପଛ ଭାଗକୁ ସାମାନ୍ୟ ଲମ୍ବା କରାଯାଇଛି। ଏଥିରେ ଏକ ସେନସର ଲଗାଯାଇଛି। ଏହାକୁ ତିଆରି କରିବା ପାଇଁ ପାଖାପାଖି୧୫ ଦିନ ସମୟ ଲାଗିଥିଲା। ସେହିଭଳି ପଶ୍ଚିମ ଚମ୍ପାରଣ ବଗହାର ଗୁଡ୍ଡୁ ନାମକ ବ୍ୟକ୍ତି ମଧ୍ୟ ଏକ ନାନୋ କାର୍କୁ ହେଲିକପ୍ଟର ରୂପ ଦେଇଛନ୍ତି। ଏହାକୁ ପ୍ରସ୍ତୁତ କରିବା ପାଇଁ ଦେଢ ଲକ୍ଷ ଟଙ୍କା ଏଥିରେ ଖର୍ଚ୍ଚ କରାଯାଇଛି।
ବିବାହରେ ଏମିତି ହେଲିକପ୍ଟରର ଅଧିକ ଚାହିଦା ଦେଖିବାକୁ ମିଳିଛି। ଖାସ୍ କରି ବିବାହ ପାଇଁ ବଗହାରେ ଏହି ହେଲିକପ୍ଟରକୁ ୨୧ ଥର ବୁକିଙ୍ଗ କରାଯାଇ ସାରିଲାଣି। ବିବାହ ପାଇଁ ଏହି ହେଲିକପ୍ଟର ବୁକିଙ୍ଗ କଲେ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ୁଛି। ମୁଜଫରପୁରର ଏମ୍ବିଆଇ ରଂଜିତ କୁମାର କହିଛନ୍ତି, ଯଦି କୌଣସି ବ୍ୟକ୍ତି ମୂଳ ଟଙ୍କା ଦେବାରେ ଯୁକ୍ତିତର୍କ କରନ୍ତି, ତେବେ ଏହା ଆଇନ ଉଲ୍ଲଘଂନ ସହ ସମାନ। ଏହା ଆଇପିସି ଧାରା ୧୮୨ ଅଧୀନରେ ଦଣ୍ଡନୀୟ ଅପରାଧ। ଏଭଳି ଘଟଣାରେ ବ୍ୟକ୍ତିଙ୍କୁ ୧୦,୦୦୦ ଟଙ୍କାର ଜରିମାନା ଦେବାକୁ ପଡିବ।