Below header

ଆପଣ କରୋନାରେ ସଂକ୍ରମିତ ହେବେ କି ନାହିଁ ତାହା କହିବ ଆପଣଙ୍କ ବ୍ଲଡ଼ ଗ୍ରୁପ

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିକି ଶରୀରରେ କରୋନାର ପ୍ରଭାବ କେତେ ପଡିବ ବା ଜଣେ ବ୍ୟକ୍ତି କରୋନାରେ କେତେ ମାତ୍ରାରେ ସଂକ୍ରମିତ ହେବେ ତାହା ତାଙ୍କ ବ୍ଲଡ଼ ଗ୍ରୁପରୁ ଜାଣି ହେବ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ବ୍ଲଡ଼ ଗ୍ରୁପ ହେଉଛି A, ତେବେ ଆପଣ କରୋନାରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । ଏହି ଗବେଷଣା ସମ୍ବନ୍ଧୀୟ ତଥ୍ୟମାନ “PLOS” ଜେନେଟିକ୍ସ ନାମକ ଏକ ମାସିକ ପତ୍ରିକାରେ ପ୍ରକାଶିତ ହୋଇଛି । ଶରୀରରେ କୋଭିଡ-19 ଭୂତାଣୁ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନିଭାଉଥିବା ୩୦୦୦ ସଂଖ୍ୟକ ପ୍ରୋଟିନକୁ ନେଇ ଏହି ଗବେଷଣାଟି କରାଯାଇଥିଲା । ଏଥି ମଧ୍ୟରୁ କୋଭିଡ ସଂକ୍ରମଣକୁ ବଢ଼ାଇ ବାରେ ୬ଟି ପ୍ରୋଟିନ ମୁଖ୍ୟ ଭୂମିକା ନିଭାଉଥିବା ବେଳେ 8ଟି ପ୍ରୋଟିନ କୋଭିଡ-19 ପ୍ରକୋପରୁ ଶରୀରକୁ ସୁରକ୍ଷା ଦେଇଥାଏ ବୋଲି ମଧ୍ୟ ତଥ୍ୟ ମିଳିପାରିଛି ।

ଗବେଷଣା ଅନୁଯାୟୀ, ଏମଧ୍ୟରୁ (ABO) ନାମକ ପ୍ରୋଟିନଟି ଶରୀରରେ କରୋନା ସଂକ୍ରମଣ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜଣାଯାଇଛି । ଲଣ୍ଡନ ସ୍ଥିତ “କିଙ୍ଗସ କଲେଜ”ର ଗବେଷକ ଅଲିଶ ପାଲମସଙ୍କ ଅନୁଯାୟୀ ଶରୀରରେ ଥିବା ବିଭିନ୍ନ ବ୍ଲଡ଼ ପ୍ରୋଟିନ ଆଉ ଏଗୁଡିକର ଶରୀରରେ କୋଭିଡ-19 ସଂକ୍ରମଣ ବଢ଼ାଇବାରେ ଭୂମିକାକୁ ଜାଣିବା ପାଇଁ ଆମେ କେବଳ ଜେନେଟିକ ତରିକା ସବୁକୁ ନେଇ ବ୍ୟବହାର କରିଥିଲୁ । ଏହି ପ୍ରୋଟିନ ଗ୍ରୁପ ଗୁଡିକ ଆଧାରରେ ହିଁ କରୋନାରୁ ବର୍ତ୍ତିବା ତରିକା ବାବଦରେ ଜାଣିହେବ । ଆଉ ସେହି ସବୁ ତରିକାକୁ ବ୍ୟବହାର କରି ଚିକିତ୍ସା କରାଯାଇପାରିବ ।

ଏହି ଗବେଷଣାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛିଯେ ଏହି ABO ନାମକ ଏଞ୍ଜାଇମଟି ଶରୀରରେ କରୋନାର ପ୍ରଭାବ ବଢାଇବା ସହିତ ଏହା ରେସ୍ପିରେଟୋରି ବା ଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ବି ମୁଖ୍ୟ ଭୂମିକା ନିଭେଇଥାଏ । ଗବେଷକଙ୍କ ଅନୁଯାୟୀ ଏଥିରୁ ବାହାରିଥିବା ନିଷ୍କର୍ସ ଗୁଡିକୁ ପୂର୍ବରୁ ମିଳିଥିବା କରୋନା ମୃତ୍ୟୁର କାରଣ ଗୁଡିକୁ ନେଇ ଜଡିତ କରାଯାଇଥିଲା । ପୂର୍ବ ରିସର୍ଚ ଗୁଡ଼ିକରୁ ଏହି ତଥ୍ୟ ମଧ୍ୟ ମିଳିଥିଲାକି ବ୍ଲଡ଼ ଗ୍ରୁପ A ର ବ୍ୟକ୍ତିବିଶେଷ ମାନେ କରୋନାରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି । ଗବେଷଣାରେ ନିଆଯାଇଥିବା ସାମ୍ପଲ ଗୁଡିକ ମଧ୍ୟରୁ ଗ୍ରୁପ A ର ବ୍ୟକ୍ତିବିଶେଷ ମାନେ ଅଧିକ ସଂକ୍ରମିତ ହେଉଥିବା ନେଇ ପ୍ରମାଣିତ ହୋଇଛି । ଏହା ସହ ଏହି ABO ଏଞ୍ଜାଇମଟି ବ୍ୟକ୍ତି ବିଶେଷଙ୍କ ବ୍ଲଡ଼ ଗ୍ରୁପ ଠାବ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.