ରାତିର ବଳକା ରହିଥିବା ଡାଲିରେ ତିଆରି କରନ୍ତୁ ଟେଷ୍ଟୀ ସାମ୍ବର, ସ୍ୱାଦ ଏକଦମ୍ ଜବରଦସ୍ତ

ସାମଗ୍ରୀ
ଫୁଲ କୋବି, ଲମ୍ବା କଟା ହୋଇଥିବା ପିଆଜ, ମଟର, ଗାଜର, ଲାଉ, ଭୃଷଙ୍ଗ ପତ୍ର, ସାମ୍ବର ମସଲା ଦାନା, ତେନ୍ତୁଳି ରସ, ଟମାଟୋ, ଡ୍ରମଷ୍ଟିକ(ଛୁଇଁ), ବାଇଗଣ
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ କଡାରେ ସୋରିଷ ତେଲ ନିଅନ୍ତୁ। ଏହାପରେ ପିଆଜ ପକାନ୍ତୁ, ତାପରେ ଟମାଟୋ ପକାନ୍ତୁ ଏବଂ ଏହାଉପରେ ହାଲକା ଲୁଣ ପକାଇ ଦିଅନ୍ତୁ। ଏବେ ମଟର ପକାଇ ଅଳ୍ପ ପାଣି ପକାଇ ସିଝାନ୍ତୁ। ଆପଣ ଚାହିଁଲେ ସିଝା ମଟର ବି ନେଇପାରିବେ। ଏବେ ବାକି ପରିବା ସବୁକୁ ମିଶାଇ ତାକୁ ସିଝାଇ ଦିଅନ୍ତୁ। ପରିବା ସିଝି ଗଲେ ଏଥିରେ ଡାଲି ପକାଇ ଦିଅନ୍ତୁ ଏବଂ ତେନ୍ତୁଳି ରସ ପକାଇ ଦିଅନ୍ତୁ। ଏବେ ଡାଲିରେ ସାମ୍ବର ମସଲା ପକାଇ ଦିଅନ୍ତୁ।
ସବୁକୁ କିଛି ସମୟ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ ଏହାପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏବେ ଏକ ପ୍ୟାନରେ ଘିଅ ନିଅନ୍ତୁ। ଏଥିରେ ସୁଖିଲା ଲଙ୍କର, ସୋରିଷ ଦାନା ଏବଂ ଭୃଷଙ୍ଗ ପତ୍ର ପକାଇ ଦିଅନ୍ତୁ। ଏବେ ଏହାକୁ ତଡକା ସାମ୍ବରରେ ମିଶାଇ ଦିଅନ୍ତୁ। ଆପଣଙ୍କ ସମ୍ଭର ପ୍ରସ୍ତୁତ ହୋଇଯାଇଛି। ଏହି ସାମ୍ବରକୁ ଆପଣ ଡିନରରେ ଏମିତି ଖାଇପାରିବେ। ଏଥିରେ ଡାଲିର ପ୍ରୋଟୀନ ଏବଂ ପରିବାର ପୋଷକ ତତ୍ତ୍ୱ ରହିଥାଏ। ଡାଏଟ୍ କନସର୍ନ ଲୋକଙ୍କ ପାଇଁ ଏହା ବହୁତ ବେଷ୍ଟ ଅପ୍ସନ ରହିବ।