ବିନା କ୍ରୟରେ ଘରକୁ ଆଣନ୍ତୁ ମହିନ୍ଦ୍ରା ଥର୍! ଜାଣନ୍ତୁ କେମିତି ପୂରଣ ହେବ ଏହି ଜବରଦସ୍ତ ସ୍ୱପ୍ନ

ମହିନ୍ଦ୍ରା କାର କିଣିବାର ସ୍ୱପ୍ନ ପୂରଣ କରିବା ଯଦି ଆପଣଙ୍କୁ ମହଙ୍ଗା ଲାଗୁଛି, ତା’ ହେଲେ ଏହା ଏବେ ବହୁତ କମ୍ ମୂଲ୍ୟରେ ହୋଇଯିବ। ମହିନ୍ଦ୍ରା ଗ୍ରାହକ ମାନଙ୍କୁ ଏକ ନୂଆ ଅଭିଜ୍ଞତା ଦେବା ପାଇଁ Quiklyz ନାମକ କମ୍ପାନୀ ସହ ଚୁକ୍ତି କରିଛି, ଯାହା କି ଏକ ଯାନ ଲିଜିଂ ଏବଂ ସବସ୍କ୍ରିପସନ ପ୍ଲାଟଫର୍ମ। ଏଠାରେ ଗ୍ରାହକ ମାନେ ସହଜରେ ମହିନ୍ଦ୍ରା କାରକୁ ଭଡା ସୂତ୍ରରେ ନେଇଯିବାର ବିକଳ୍ପ ପାଇ ପାରିବେ। ଏହି ପ୍ଲାଟଫର୍ମ ମାଧ୍ୟମରେ ମହିନ୍ଦ୍ରା ଅଟୋ ପୋର୍ଟାଲ କିମ୍ବା ଡିଲରସିପ୍ ଯାଇ ଆପଣ ମହିନ୍ଦ୍ରା ଥର୍କୁ ଭଡାରେ ନେଇ ପାରିବେ।
ବର୍ତ୍ତମାନ ମହିନ୍ଦ୍ରା କେବଳ ଭାରତର ପ୍ରମୁଖ ସହରରେ ହିଁ ଏହି ସୁବିଧା ଉପଲବ୍ଧ କରାଇଛି, ଯେଉଁ ଥିରେ ମୁମ୍ବାଇ, ପୁଣେ, ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଚେନ୍ନାଇ ଅନ୍ତର୍ଭୁକ୍ତ ରହିଛି। ମହିନ୍ଦ୍ରା ଅଟୋମୋଟିଭ୍ ଏମଡି ତଥା ସିଇଓ ବିଜୟ ନାକରା କହିଛନ୍ତି ଯେ ଗ୍ରାହକ ମାନଙ୍କ ଆବଶ୍ୟକତା ହିସାବରେ ପ୍ରତି ୟୁଜ୍ ମଡେଲ ପେ ଉପରେ ଏହି ଯୋଜନା ଲାଗୁ କରାଯାଇଛି। ଏହା ଗ୍ରାହକଙ୍କ ପାଇଁ ବହୁତ ଲାଭଦାୟକ ହେବ। ମହିନ୍ଦ୍ରା ଥର୍କୁ ଲିଜ୍ରେ ନେବା ପାଇଁ ଗ୍ରାହକ ମାନଙ୍କୁ ଫ୍ଲେକ୍ସିବଲ୍ ତଥା ଟ୍ରାନ୍ସପରେଣ୍ଟ ବିକଳ୍ପ ମିଳିବ।
ଲିଜ୍ର ଅବଧି ସମାପ୍ତ ହେବା ପରେ ଗ୍ରାହକ ମାନେ ନିଜ କାର୍କୁ ଫେରସ୍ତ କରି ପାରିବେ ଏବଂ ଏହାକୁ ପୁଣି ଥରେ ଲିଜରେ ନେଇ ପାରିବେ। ନଚେତ୍ ନିଜ ପାଇଁ କୌଣସି ନୂଆ କାର୍ର ବିକଳ୍ପ ବାଛି ପାରିବେ। Quiklyzର କହିବା ହେଲା, ଗ୍ରାହକ ମାନେ ସେମାନଙ୍କ ପସନ୍ଦର କାରକୁ ୨୪ରୁ ୬୦ ମାସ ଅବଧି ପାଇଁ ଭଡ଼ାରେ ନେଇ ପାରିବେ। ମହିନ୍ଦ୍ରା କାରକୁ ଲିଜରେ ନେବା ପାଇଁ ମାସିକ ଭଡା ୨୧,୦୦୦ରୁ ଆରମ୍ଭ ହେଉଛି। ଯଦିଓ ଏହା ପରେ ଅନ୍ୟାନ୍ୟ ଖର୍ଚ୍ଚ ଯଥା ବୀମା, ମେଣ୍ଟେନାନ୍ସ, ରୋଡ୍ ସାଇଡ୍ ଆସିଷ୍ଟାନ୍ସ ଆଦି କମ୍ପାନୀ ତରଫରୁ କରାଯାଇଥାଏ।