ଋଷ ଟାର୍ଗେଟରେ କାନିଭ ହାଇଡ୍ରୋ ଇଲେକ୍ଟ୍ରି ପାଓ୍ଵାର ପ୍ଲାଣ୍ଟ , ଦକ୍ଷିଣ କିଭ ଠାରୁ ୧୫୦ କିଲୋମିଟର ଦୂରରେ ରହିଛି

ନୂଆଦିଲ୍ଲୀ : ୧୧ ଦିନରେ ପହଞ୍ଚିଛି ଋଷିଆ-ୟୁକ୍ରେନ ଯୁଦ୍ଧ। ନ୍ୟୁକ୍ଲିୟର ପାଓ୍ଵାର ପ୍ଲାଣ୍ଟ କବ୍‌ଜା ପରେ ଋଷିଆର ଟାର୍ଗେଟ କାନିଭ ହାଇଡ୍ରୋ ଇଲେକ୍ଟ୍ରି ପାଓ୍ଵାର ପ୍ଲାଣ୍ଟ। ଦକ୍ଷିଣ କିଭର ଠାରୁ ୧୫୦ କିଲୋମିଟର ଦୂରରେ ରହିଛି ହାଇଡ୍ରୋ ଇଲେକ୍ଟ୍ରି ପାଓ୍ଵାର ପ୍ଲାଣ୍ଟ। ଏହାକୁ କବ୍‌ଜା କରିବାକୁ ଆଗକୁ ବଢୁଛି ଋଷ ସେନା। ଋଷିଆ ସେନା ଏପର୍ଯ୍ୟନ୍ତ ଜାପରଜଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟ ସମେତ ବହୁ ପ୍ଲାଣ୍ଟକୁ କବଜା କରିସାରିଲାଣି। ଯୁଦ୍ଧ ତୀବ୍ରତର ହୋଇଥିବା ନେଇ ସୂଚନା ଦେଇଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ। ବିପୁଳ କ୍ଷୟକ୍ଷତି ଘଟିଛି।

ବର୍ତ୍ତମାନ ସୁଦ୍ଧା ରୁଷିଆର ୧୧ହଜାର ସୈନ୍ୟ ନିହତ ହୋଇଥିବା ଦାବି କରିଛି ୟୁକ୍ରେନ। ୩ଶହରୁ ଅଧିକ ଟ୍ୟାଙ୍କ, ୪୦ଟି ଏୟାକ୍ରାଫ୍‌ଟ ଓ ୪୮ ହେଲିକପ୍‌ଟର ଧ୍ୱଂସ ହେଲାଣି। ଏପଟେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ବହୁ ଦେଶ ଋଷ ଉପରେ ପ୍ରତିବନ୍ଧକ ବଢାଇବାରେ ଲାଗିଛନ୍ତି। ଋଷରେ ମାଷ୍ଟରକାର୍ଡ ଓ ଭିସାର ଅପରେସନ ବନ୍ଦ କରାଯାଇଛି। ଆଗକୁ ପ୍ରତିବନ୍ଧକ ବଢିଲେ ୟୁକ୍ରେନର ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ।

 

ଆହୁରି ପଢନ୍ତୁ : ରୁଷ-ୟୁକ୍ରେନ ଆଲୋଚନାକୁ ଝଟକା; ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନର ବାର୍ତ୍ତାକାରଙ୍କୁ ହତ୍ୟା!